World Cup 2023: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି..

 World Cup 2023: ଦିନିକିଆ ବିଶ୍ବକପରେ ସୁପର୍ ସଣ୍ଡେରେ ହାଇଭୋଲଟେଜ୍ ମୁକାବିଲା । ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଦୁଇ ହେଭିଓ୍ବେଟ୍‌ଙ୍କ ମଧ୍ୟରେ କଡା ଟକ୍କର ହେବାନେଇ ପ୍ରଶଂସକ ଆଶାବାଦୀ ରହିଛନ୍ତି । ଭାରତୀୟ ଦଳ ପ୍ରଥମ ୭ରୁ ୭ଟି ଯାକ ମ୍ୟାଚ୍ ଜିତି ଟେବୁଲ ଟପ୍‌ରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୭ରୁ ୬ଟି ମ୍ୟାଚ୍ ଜିତି ୨ୟ ସ୍ଥାନରେ ରହିଛି ।

କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯିବାକୁ ଥିବା ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ପ୍ରଥମେ ବୋଲିଂ କରିବ ଟେମ୍ବା ବାଭୁମାଙ୍କ ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକା । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେସ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମରାହ ଏବଂ କୁଲଦୀପ ଯାଦବ ।

Leave a Reply

Your email address will not be published. Required fields are marked *