କାମ କରୁନି ୟୁଟ୍ୟୁବ

ବର୍ତ୍ତମାନ କାମ କରୁନି ୟୁଟ୍ୟୁବ | ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ପରେ ଏବେ ୟୁଟ୍ୟୁବ ର ପାଳି | ବର୍ତ୍ତମାନ ୟୁଟ୍ୟୁବ୍ କାମ କରିବା ବନ୍ଦ କରିଦେଇଛି। ଫଳରେ ଅନେକ ୟୁଜର ଏବେ ସମସ୍ୟାରେ ପଡ଼ିଛନ୍ତି। ସେମାନେ ୟୁଟ୍ୟୁବ୍ ବ୍ୟବହାର କରିବାକୁ ବର୍ତ୍ତମାନ ସକ୍ଷମ ହେଉ ନାହାନ୍ତି। ଏହି ସମସ୍ୟା ଅପରାହ୍ନ ସାଢ଼େ ଗୋଟାଏରୁ ଆରମ୍ଭ ହୋଇଛି। ୟୁଟ୍ୟୁବ୍ ବ୍ୟବହାର କରୁଥିବା ଅଧିକାଂଶ ଉପଭୋକ୍ତା ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଖବର ଅନୁଯାୟୀ, ୟୁଟ୍ୟୁବ୍ ଆପ୍ ଏବଂ ୱେବସାଇଟରେ ଭିଡିଓ ଦେଖିବାରେ ବହୁତ ସମସ୍ୟା ଦେଖାଦେଇଛି। ୟୁଟ୍ୟୁବରେ ଭିଡିଓ ଅପଲୋଡ୍ ମଧ୍ୟ ହେଉନାହିଁ।ଅପରାହ୍ନ ୩ଟା ୧୫ ସୁଦ୍ଧା ଏହି ସମସ୍ୟା ଆହୁରି ଅଧିକ ବୃଦ୍ଧି ପାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ୟୁଟ୍ୟୁବ ବ୍ୟବହାର କରୁଥିବା ୪୩ ପ୍ରତିଶତ ୟୁଜର ଏନେଇ ଅଭିଯୋଗ କରିଛନ୍ତି। ୩୩ ପ୍ରତିଶତ ୟୁଜର ୟୁଟ୍ୟୁବ ରେ ଭିଡିଓ ଅପଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।

ସେହିପରି ୨୩ ପ୍ରତିଶତ ୟୁଜର ୟୁଟ୍ୟୁବର ୱେବସାଇଟ୍ ବ୍ୟବହାର କରିବାକୁ ସକ୍ଷମ ହେଉ ନାହାନ୍ତି । ହଠାତ୍ ୟୁଟ୍ୟୁବ୍ ରେ ଏପରି କାହିଁକି ସମସ୍ୟା ସୃଷ୍ଟି ହେଲା ତାହାର ଏହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଠ ହୋଇନାହିଁ। ୟୁଟ୍ୟୁବ ଏପର୍ଯ୍ୟନ୍ତ ଏହାର ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ସପୋର୍ଟ ପେଜ୍‌ରେ ଏନେଇ କୌଣସି ସୂଚନା ସେୟାର ମଧ୍ୟ କରିନାହିଁ। ୟୁଟ୍ୟୁବରେ ସମ୍ମୁଖୀନ ହେଉଥିବା ସମସ୍ୟା ଯୋଗୁ ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟୁଇଟ୍ କରିବା ଆରମ୍ଭ କରିଛନ୍ତି। ଜଣେ ୟୁଜର୍ ଟୁଇଟ୍ କରି ଲେଖିଛନ୍ତି ଯେ ଭିଡିଓ ୟୁଟ୍ୟୁବରେ ପ୍ଲେ ହେଉନାହିଁ। ଅନ୍ୟ ଜଣେ ୟୁଟ୍ୟୁବ୍ ଟ୍ୟାଗ୍ କରି ଲେଖିଛନ୍ତି ଏଥିରେ ଭିଡିଓ ଅପଲୋଡ୍ ମଧ୍ୟ ହେଉନାହିଁ। ୟୁଟ୍ୟୁବ୍ ସର୍ଭର ଡାଉନ୍ ହୋଇଥିବାରୁ ସୋସିଆଲ ମିଡିଆରେ ଏଭଳି ପ୍ରତିକ୍ରିୟା ଦେଖାଦେଇଛି।

Leave a Reply

Your email address will not be published. Required fields are marked *