ଅପ୍ରେଲ ୨୪ରେ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ ଏବଂ କାଶ୍ମୀରକୁ ପ୍ରଥମ ଗସ୍ତରେ ଯିବେ ମୋଦି। ହେଲେ ପଞ୍ଚାୟତରାଜ ଦିବସରେ ଯୋଗ ଦେବା ଲାଗି ସେ ଜାମ୍ମୁ ଏବଂ କାଶ୍ମୀର ଗସ୍ତରେ ଯାଉଛନ୍ତି । ଆସନ୍ତା ଅପ୍ରେଲ ମାସ ୨୪ ତାରିଖରେ ସେ ଜାମ୍ମୁ ଏବଂ କାଶ୍ମୀର ଗସ୍ତରେ ଯିବେ ।

ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଜମ୍ମୁ ଏବଂ କାଶ୍ମୀର ବିଭିନ୍ନ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେବା ସହ ଅନେକ ଶିଳ୍ପ ପ୍ରତିଷ୍ଠାନ ଲାଗି ଭିତ୍ତି ପ୍ରସ୍ଥର ସ୍ଥାପନ କରିବାର ଯୋଜନା ରହିଛି। । ଏଥିସହ ବହୁତ ଉନ୍ନୟନମୂଳକ କାର‌୍ୟ୍ୟର ଭିତ୍ତିପ୍ରସ୍ଥର ସ୍ଥାପନ ମଧ୍ୟ କରିବେ ମୋଦି ।

ପ୍ରତିବର୍ଷ ପଞ୍ଚାୟତରାଜ ଦିବସ କାର‌୍ୟ୍ୟକ୍ରମରେ ଯୋଗଦେବା ଲାଗି ମୋଦି ବିଭିନ୍ନ ରାଜ୍ୟକୁ ଯାଇଥାନ୍ତି । ଏହିକ୍ରମରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ ଏବଂ କାଶ୍ମୀର ଗସ୍ତରେ ଯାଉଛନ୍ତି । ଏଥିସହ ଜାମ୍ମୁ ଏବଂ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ମୋଦିଙ୍କ ଏହା ପ୍ରଥମ ଗସ୍ତ ।

ଏତଦ୍‌ବ୍ୟତିତ୍ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ କାର‌୍ୟ୍ୟକ୍ରମ ହେବାକୁ ଥିବା ସ୍ଥାନ ଏପର‌୍ୟ୍ୟନ୍ତ ନିରୂପଣ ହୋଇନଥିବା ବେଳେ କେନ୍ଦ୍ର ସରକାର ଜମ୍ମୁ ଏବଂ କାଶ୍ମୀର ପ୍ରଶାସନ ସହ କଥା ହୋଇ ସ୍ଥାନ ଫାଇନାଲ କରିବେ । ତେବେ ଯାହା ସୂଚନା ମିଳିଛି, ଜମ୍ମୁରେ ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟକ୍ରମ ଆୟୋଜନ ହେବ । ଏହି କାର‌୍ୟ୍ୟକ୍ରମରେ ଜିଲ୍ଲା ବିକାଶ ପରିଷଦ(ଡିଡିସି), ବ୍ଲକ ବିକାଶ ପରିଷଦ (ବିଡିସି) ଏବଂ ପଞ୍ଚାୟତ ସରପଞ୍ଚ ସମେତ ପଞ୍ଚାୟତରାଜ ଅନୁଷ୍ଠାନର ସଦସ୍ୟଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

ଅପରପକ୍ଷରେ ଜାମ୍ମୁ ଏବଂ କାଶ୍ମୀରରେ ପ୍ରଥମ ଥର ଲାଗି ପଞ୍ଚାୟତରାଜ ଅନୁଷ୍ଠାନ ଆରମ୍ଭ ହୋଇଛି । ମାର୍ଚ୍ଚ ୧୪ରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରଶାସିତ ଅଞ୍ଚଳର ବିକାଶ ଲାଗି ବାର୍ଷିକ ବଜେଟରେ ଉଭୟ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥା ପାଇଁ ଏକ ବୃହତ ଅର୍ଥ ବ୍ୟବସ୍ଥା ରଖାଯାଇଛି ବୋଲି ସେ ଘୋଷଣା କରିଥିଲେ । ତେବେ ଜାମ୍ମୁ ଏବଂ କାଶ୍ମୀର ଓ ଲଦାଖକୁ ରାଜ୍ୟରୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ ।

Leave a Reply

Your email address will not be published. Required fields are marked *