ଆଇପିଏଲ ବ୍ୟାଟିଂ ରେ ଜଣେ ଗିରଫ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼  ରେ ବର୍ତ୍ତମାନ ଆଇପିଏଲ ରେ ଛୁଆ ଠୁ ବୁଢା ସମସ୍ତେ ଦେଖିବା ରେ ବ୍ୟସ୍ତ ହେଲେ ଏଥି ମଧ୍ୟ ରେ ଯୁବ ଗୋଷ୍ଠି ବର୍ତ୍ତମାନ ଆଇପିଏଲ ସଟ୍ଟା ମୁହାଁ ହୋଇଛନ୍ତି । ବିନା ପରିଶ୍ରମ ରେ ଟଙ୍କା ଉପାର୍ଜନ ର ଲୋଭ ଦେଖାଇ ସଟ୍ଟା ବ୍ୟବସାୟୀ କରୁଛି ନିଜର ବ୍ୟବସାୟ ! ମୁଖ୍ୟ ଟାର୍ଗେଟ ରେ ଅଛନ୍ତି ଗ୍ରାମାଞ୍ଚଳର ବେକାର ଯୁବ ଗୋଷ୍ଠି । ଧର୍ମଗଡ଼ ଉପଖଣ୍ଡର ଧର୍ମଗଡ଼ ସହର ଏବେ ସଟା ଖେଳ ର ହବ ପାଲଟିଛି । ଧର୍ମଗଡ଼ ବ୍ଲକ ର ଧର୍ମଗଡ଼ ଓ ପାଖ ଅଞ୍ଚଳ ମାନଙ୍କ ରେ ଏହା ପରିଚାଳିତ ହେଉଥିବା ଦେଖିବାକୁ ମୁଳୁଛି । ସୋସିଆଲ ମିଡିଆ ଜରିଆରେ ହେଉଛି ଖେଳ ! ଆଜି ଧର୍ମଗଡ଼ ଠାରେ ଏସଡ଼ିପିଓ ଧିରଜ ଚୋପଦାର ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ର ଆଇପିଏଲ ସଟା ବ୍ୟବସାୟୀ ଙ୍କ ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଏହି ଘଟଣା ରେ ଧର୍ମଗଡ଼ ର କେନ୍ଦୁମୁଣ୍ଡି ପଡା ର ରଶ୍ମି ରଞ୍ଜନ ଚୌଧୁରୀ ଙ୍କୁ ଗିରଫ କରିବା ସହ ୭ ଟି ମୋବାଇଲ ଫୋନ,ଗୋଟିଏ ଲାପଟପ,୪ ଟି ପାସବୁକ ସହ ୪ ATM ,୭୦ ହଜାର ଟଙ୍କା ,ଗୋଟିଏ ନୋଟ କାଉଁଟିଙ୍ଗ ମସିନ ଓ ଗୋଟିଏ କାର ଜବତ ସହ ବ୍ୟାଙ୍କରେ ଥିବା ଦେଢ଼ କୋଟି ରୁ ଅଧିକ ଥିବା ଆକାଉଣ୍ଟ  କୁ ବ୍ୟାଜପ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *