ସମ୍ମାନ ଭୁଲିଗଲା ସିଡିପିଓ ଅଫିସ

ସମ୍ମାନ ଭୁଲିଗଲା ସିଡିପିଓ ଅଫିସ । ସକାଳ ୭ ଟାରେ ପତକା ଉତୋଳନ ଆଉ ଦିନ ୨ ଟାରେ ପତାକା ତଳେ । ଏଭଳି ଏକ ମହାନ ଦିନ ରେ ଜାତିୟ ପତାକା କୁ ବେସମ୍ମାନ କରିଛି ସିଡିପିଓ ଅଫିସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକର ସିଡ଼ିପିଓ ଅଫିସ ରେ।ଯାହାର ଚିତ୍ର ଏବେ ସୋସିଆଲ ମିଡିଆରେ ଘୁରି ବୁୂଲୁଛି । ତେବେ ଏଠି ପ୍ରଶ୍ନ ଉଠୁଛି ଜାତିୟ ପତାକା କୁ ସମ୍ମାନ ଦେବା ପାଇଁ ଗାଁ ଠାରୁ ସହର ହେଉ ଅବା ଛୋଟ ସଂସ୍ଥା ଠାରୁ ରାଷ୍ଟ୍ର ପତି ଭବନ ସବୁଠି ବ୍ୟାପକ ପ୍ରସ୍ତୁତି ହେଉଥିବାବେଳେ, ସିଡିପିଓ ଅଫିସ ରେ କିଭଳି ଦାୟିତ୍ୱ ହିନ ଭାବରେ ପତାକା ଉତ୍ତୋଳନ କରାଯାଇଥିଲା । ଆଉ ପତକା ଉତ୍ତୋଳନ ଦାୟିତ୍ୱରେ ଥିବା କର୍ମଚାରି ମାନେ ସମ୍ମାନ , ଦାୟିତ୍ୱ ସହକାରେ ପତକା ଲଗାଇଥିଲେ ନା ଏଭଳି ପାଳନ ଉଦେଶ୍ୟରେ ପତାକା ଉତ୍ତୋଳନ କରିଥିଲେ ତାହା ଏହି ଚିତ୍ର ରୁ ହିଁ ସ୍ପଷ୍ଟ ବାରି ହୋଇପଡୁଛି ।

Leave a Reply

Your email address will not be published. Required fields are marked *