ଆଜି ପ୍ରକାଶ ପାଇପ ୫ଟି ରାଜ୍ୟର ଜନମତ


ଆଜି ଆସିବ ୫ଟି ରାଜ୍ୟର ବିଧାନସଭା ଫଳାଫଳ । ଉତର ପ୍ରଦେଶ, ମଣିପୁର, ଉତରାଖଣ୍ଢ.ପଞ୍ଜାବ ଓ ଗୋଆ ଭଳି ୫ଟି ରାଜ୍ୟରେ ପ୍ରକାଶ ପାଇବ ଜନାଦେଶ । ସକାଳ ୮ଟାରୁ ପ୍ରଥମେ ବାଲାଟ ପେପର ଗଣତି ପ୍ରକ୍ରିଆ ଆରମ୍ଭ ହେଉଥିବାବେଳେ ଉତର ପ୍ରଦେଶରୁ ସକାଳ ୮ଟା ୩୦ରୁ ଆରମ୍ଭ ହେବ ଇଭିଏମ ଗଣତି । ଅନ୍ୟପେଟେ ଅନ୍ତି୍‌ମ ପର୍ଯ୍ୟାୟ ମତଦାନ ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ଫେରନ୍ତା ଜନମତ ସର୍ଭେ କେଉଁ ରାଜନୈତିକ ଦଳକୁ ଉତ୍ସାହିତ କରିଛି ତ କାହାକୁ ନିରାଶ । ତେବେ ସବୁପରେ ମଧ୍ୟ ଜନତାଙ୍କ ସମର୍ଥନ ତାଙ୍କୁ ମିଳିବା ନେଇ ବେଶ୍ ଆଶାବାଦୀ ପ୍ରାର୍ଥୀ ଓ ଦଳ ।

ଗଣନ୍ତ୍ରର ମହାପର୍ବର ଆଉଏକ ପ୍ରମୁଖ ପର୍ଯ୍ୟାୟ ହେଉଛି ମତଗଣନା ଓ ଜନାଦେଶ । ସମସ୍ତ ୫ଟି ରାଜ୍ୟରେ କାଁଭାଁ ହିିଂସାକୁ ଛାଡିଦେଲେ ସୁରୁଖୁରୁରେ ମତଦାନ ପ୍ରକ୍ରିଆ ଶେଷହୋଇଛି । ସେହିଭଳି ମତ ଗଣନା ଓ ଜନାଦେଶ ଘୋଷଣାକୁ ମଧ୍ୟ ଶାନ୍ତିପୂର୍ଣ ଓ ସ୍ୱଚ୍ଚତାର ସହ ଶେଷ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ଜନଗଣନା ଆରମ୍ଭ ହୋଇଛି । ନିର୍ବାଚନ ଆୟୋଗଙ୍କ ଠାରୁ ଆରମ୍ଭକରି ସମସ୍ତ ସ୍ଥାନାୟ ପ୍ରଶାସନ ଗଣତି କେନ୍ଦ୍ରରେ ସ୍ୱଚ୍ଛ ନିରପେକ୍ଷ ଭାବେ ଗଣନା କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଛି ।

ଭୋଟିଂ ଠାରୁ ଆରମ୍ଭ କରି ଇଭିଏମକୁ ନିରାପଦ ଭାବେ ଷ୍ଟ୍ରଙ୍ଗରୁମରେ ରଖିବା ଯାଏଁ ସୁରକ୍ଷା ଭିତରେ ସବୁ ଗାଇଡଲାଇନ ମାନିିବା ନେଇ ବିଧିବଧ ପ୍ରଶିକ୍ଷଣ ଦେଇଛନ୍ତି ଇଲେକ୍ସନ କମିଶନ । ସେହିଭଳି ସୁରକ୍ଷା ବାହିନୀଙ୍କୁ ମଧ୍ୟ ତଦାନୁଯାଇ ମୁତୟନ କରାଯାଇଛି । ତେବେ ୨୦୨୪ରେ ସାଧାରାଣ ନିର୍ବାଚନ ହେବାକୁ ଥିବାବେଳେ ଚଳିତଥର ଉତର ପ୍ରଦେଶକୁ ସମେତ ୪ ରାଜ୍ୟର ନିର୍ରାଚନୀ ଫଳାଫଳ ଓ ଜନଗଣନାକୁ ନେଇ ସାଧାରଣ ନିରର୍ବାଚନ ନେଇ ସାଧାରଣ ଜନତାଙ୍କ ମୁଡ ଜଣାପଡିବ ବୋଲି ନିରର୍ବାଚନୀ ପଣ୍ଡିତମାନେ ପ୍ରକାଶ କରିଛନ୍ତି । ୪୦୩ ବିଧାସଭା ବିଶିଷ୍ଟ ଉତର ପ୍ରଦେଶର ଫଳାଫଳ ସମସ୍ତଙ୍କ ଉତ୍କଣ୍ଠାର କେନ୍ଦ୍ର ପାଳଟିଥିବାବେଳେ । ଏକଜିଟ ପୋଲର ଫଳାଫଳ ମଧ୍ୟ ନେତା ଓ ଭୋଟରଙ୍କ ଉତ୍ସୁକତାକୁ ବଢାଇଦେଇଛି ।

ଅନ୍ୟପେଟେ ବିନା ରାଜନୈତିକ ଦଳଙ୍କୁ ଅନୁମତିରେ ଇଭିଏମ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ବିରୋଧ କରିଥିବା ସମାଜବାଦୀ ପାର୍ଟୀ ବିପକ୍ଷଦଳ ଉପରେ ଆରୋପ ଲଗାଇ ନିରର୍ବାଚନୀ କମିଶନ ଉପରେ ପ୍ରଶ୍ନଉଠାଇଥିବା ବେଳେ ଶାନ୍ତି ଓ ସ୍ୱଚ୍ଛ ଜନଗଣନାକୁ ନେଇ କମିଶନର ଦାୟିତ୍ୱ ବଢିଯାଇଥିବା ନେଇ ନଜର ଆସିଛି । ତେବେ ନଜ ପାଇବା ୪ ରାଜ୍ୟର ସାମ୍ପ୍‌ତିକ ନିରର୍ବାଚନୀ ଓ ରାଜନୈତିକ ସ୍ଥିତି ଉପରେ ।
ପଞ୍ଜାବ
୧୧୭ ଆସନ ବିଶିଷ୍ଟ ରାଜ୍ୟ ପଞ୍ଜାବରେ ମଧ୍ୟ ସରକାର ଗଠନ ନେଇ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ମିଳିଥିବା ବେଳେ ଏକଜିଟ ପୋଲ ପୂରର୍ବ ଆକଳନ ଆମ ଆଦମୀ ପାର୍ଟି ଆଡକୁ ସଙ୍କେତ ଦେଇଛି । ଆମ ଆଦମୀ ପାର୍ଟି ପକ୍ଷରୁ କଂଗ୍ରେସ ରଚରଣଜିତ ସଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣ।। କରିଥିବା ବେଳେ ଆଦ ଆଦମୀ ପାର୍ଟି ଭଗବନ୍ତ ମାନଙ୍କୁ ପ୍ରାର୍ଥୀ କରିଛି । ଆଜି ଉଭୟ ଦଳ ମଧ୍ୟରେ ଜନମତକୁ ନେଇ କଡା ଟକ୍କର ହେବାର ଦେଖାଯାଉଛି ।
ଉତରାଖଣ୍ଡ
୭୦ ଆସନ ବିଶିଷ୍ଟ ଉତରାଖଣ୍ଡ ବିଧାନ ସଭାରେ ସଂଖ୍ୟା ଗିରଷ୍ଠତା ହାସଲ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରଚାର ଜୋରଦାର ଥିବାବେଳେ ୩୬ ମେଜିକ ନମ୍ବର ପାଇଁ ଉଭୟ ବିଜେପି ଓ କଂଗ୍ରେସର ଜୋରଦାର ଟକ୍କର ଦେଖିବାକୁ ମିଳିିବ ବୋଲି ନିରର୍ବାଚନୀ ପଣ୍ଡିତ ଓ ଜନମତ ସର୍ଭେ ସ୍ପଷ୍ଠ କରିଛି ।
ଗୋଆ
ମୋଟ ୪୦ ଆସନ ବିଶିଷ୍ଟ ଗୋଆ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଆବଶ୍ୟକୀୟ ସଂଖ୍ୟା ୨୧ ରହିଥିବାବେଳେ ଏକଜିଟ ପୋଲ ମୁତାବକ ବିଜେପି ମ୍ୟାଜିକ ନମ୍ବରରୁ ସାମାନ୍ୟ ପଚ୍ଛରେ ରହିପାରେ ବୋଲି ଜଣାପଡିଛି । ପୂରର୍ବରୁ ଏଠାରେ ବିଜେପି ଶାସନ ଗାଦିରେ ଥିବା ବେଳେ ଏଥର କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ଆଶା କରାଯାଉଛି ।
ମଣିପୁର
ସେହିଭଳି ଉତର ପୂର୍ବର ବିଜେପି ଶାସିତ ରାଜ୍ୟରେ ୬୦ଟି ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ୩୧ ରହିଛି । ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ବିଜେପି ଓ କଂଗ୍ରେସ ମଧ୍ୟରେ ରହିଛି । ଏକାଧିକ ସଂସ୍ଥାର ପୂର୍ବକାଳନକୁ ବିଚାରକୁ ନେଲେ ସେଠାରେ ମଧ୍ୟ ବିଜେପିର ସଂଖ୍ୟାର ନିକଟବର୍ତୀ ଥିବାବେଳେ ବିଜେପି କ୍ଷମତା ବଜାୟ ରଖିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *