ଆମ୍ ଆଦମୀ ପାର୍ଟିର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ

ଫୋକସ ପ୍ଲସ ୨୯/୫/୨୨(ଅନୁଗୁଳ):ଆଜି ଅନୁଗୋଳ ଟାଉନ ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ଆମ୍ ଆଦମୀ ପାର୍ଟି ତରଫରୁ ରାଜ୍ୟ ଆବାହକ ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ରଙ୍କ ନିର୍ଦେଶ କ୍ରମେ ଅନୁଗୋଳ ଜିଲ୍ଲା ଆବାହକ ଜ୍ୟୋତି ରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ଏକ ଜିଲ୍ଲା ସ୍ତରୀୟ କର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରିଷ୍ଣା ମହାନ୍ତି ଏବଂ ମଞ୍ଚାଶିନ ସମ୍ମାନୀତ ଅତିଥି ବୃନ୍ଦ ଯୋଗ ଦେଇଥିଲେ । ଏହାର ମୁଖ୍ୟ ଉଦେଶ୍ୟ ଅନୁଗୁଳ ଶିଳ୍ପ ସମୃଦ୍ଧ ଅଞ୍ଚଳରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା , ବିଜୁଳି ୨୦୦ ୟୁନିଟ୍ ଫ୍ରି କରିବା ଏବଂ ତାଳଚେର ଠାରେ ଥିବା ମେଡିକାଲ କଲେଜକୁ ଯଥାଶୀଘ୍ର ଚାଲୁ କରିବାକୁ ନେଇ ଆମ୍ ଆଦମୀ ପାର୍ଟି ଦାବି କରିଛି ।ତେବେ ଯଦି ଆଗାମୀ ଦିନରେ ଏହି ସବୁ ଦାବି ଗୁଡିକୁ ପୂରଣ ନ କଲେ ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ।ଅନୁଗୁଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ

Leave a Reply

Your email address will not be published. Required fields are marked *