ଏନ୍.ନିଳମାଧବ ପାତ୍ର ଙ୍କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ସମ୍ମାନ

ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଏନ୍ ଭାଲୁ ପାତ୍ର ଏବଂ ଏନ୍ ଝୁନୁ ପାତ୍ର ଙ୍କ ପୁତ୍ର ଏନ.ନିଳମାଧବ ପାତ୍ର ଙ୍କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଏକ ବିଶେଷ କାର୍ଯ୍ୟକ୍ରମରେ କରାଯାଇଛି ସମ୍ମାନୀତ। ସେ ବର୍ତ୍ତମାନ ବିଶ୍ଵବିଦ୍ୟାଳୟର ବୈଦ୍ୟୁତିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସ୍ନାତକୋତ୍ତର ବିଭାଗର ପ୍ରଥମ ବର୍ଷର ଛାତ୍ର ଅଟନ୍ତି। ସେ ନାମ ଲେଖାଇବା ଦିନ ଠାରୁ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଉଥିବା ଓଡ଼ିଶାର ପ୍ରଥମ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ହେଉ କି ବିଭିନ୍ନ ସମୟରେ ଏନ୍ ଏସ ଏସ ର ସାମାଜିକ କାର୍ଯ୍ୟରେ ସକ୍ରିୟ ଯୋଗଦାନ ପାଇଁ ପିଜି କାଉନସିଲ କାର୍ଯ୍ୟାଳୟ ରୁ ତାଙ୍କୁ ମାନପତ୍ର ଦିଆଯିବା ସହ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର ପାଇଁ ବିଶ୍ବବିଦ୍ୟାଳୟ କୁଳପତି ତାଙ୍କୁ ଏକ ସିଲ୍ଡ ଦେଇ ପୁରସ୍କୃତ କରିଛନ୍ତି। ନିଳମାଧବଙ୍କ କାର୍ଯ୍ୟରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି, ସେଣ୍ଟ୍ରାଲ ପିଜି କାଉନସିଲ ଚେୟାରମେନ ପ୍ରଫେସର୍ ପ୍ରତାପ କୁମାର ମହାନ୍ତି, ସିଡ଼ିସି ଡ଼ାଇରେକ୍ଟର ପ୍ରଫେସର୍ ଅରୁନ୍ଧତୀ ରଥ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରିଣୀ ସ୍ଵର୍ଣ୍ଣଲତା ପଟ୍ଟନାୟକ ଓ ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଆସିଷ୍ଟାଣ୍ଟ ପ୍ରଫେସର ଶକ୍ତି ରଞ୍ଜନ ଦାସ, ଆସିଷ୍ଟାଣ୍ଟ ପ୍ରଫେସର ଇତିଶ୍ରୀ ଗୀତା କୁମାରୀ, ଆସିଷ୍ଟାଣ୍ଟ ପ୍ରଫେସର ସମୀର ଭୋଇ ପ୍ରମୁଖ ପ୍ରଶଂସା କରିଥିଲେ। ଏବଂ
ଏହି ସଫଳତା ଦେଖି ତାଙ୍କ ବିଭାଗୀୟ ମୁଖ୍ୟ ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ରଶ୍ମିତା କୁମାରୀ ପାଣିଗ୍ରାହୀ, ପ୍ରଫେସର୍ ରବୀନ୍ଦ୍ର କୁମାର ମିଶ୍ର, ଆସୋସିଏଟ୍ ପ୍ରଫେସର୍ ଡ଼ଃ ଧୃବ ଚରଣ ପଣ୍ଡା, ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ନାରାୟଣ ସାହୁ, ଆସିଷ୍ଟାଣ୍ଟ ପ୍ରଫେସର ଦୀପକ କୁମାର ନାୟକ ପ୍ରଭୃତି ଖୁସିବ୍ୟକ୍ତ କରି ଆମ ଡିପାର୍ଟମେଣ୍ଟ ପାଇଁ ଏହା ଏକ ସମ୍ମାନ ତଥା ସୁନାମ

Leave a Reply

Your email address will not be published. Required fields are marked *