ଏସ୍ଡ଼ିପିଓ ଙ୍କ ସ୍ତ୍ରୀ ଗଲେ କୁଆଡେ

ଫୋକସ ପ୍ଲସ ୨/୬/୨୨(ଢେଙ୍କାନାଳ):ଭିଜିଲାନ୍ସ ହାତରେ ଧରାପଡ଼ିଥିବା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କ ଢେଙ୍କାନାଳରେ ଥିବା କ୍ଵାଟର ରୁ ୧ ଲକ୍ଷ୍ୟ ୫୧ ହଜାର ଟଙ୍କାର ଆସବାବ ପାତ୍ର ଜବତ କରାଯାଇଛି ଏବଂ ତାଙ୍କ କ୍ଵାଟରକୁ ସିଲ କରାଯାଇଛି ବର୍ତମାନ ତାଙ୍କୁ କଟକ ଭିଜିଲାନ୍ସ ଅଫସରେ ରଖାଯାଇ ତଦନ୍ତ ଜାରି ରହିଛି | ତେବେ ଗତକାଲି ହିନ୍ଦୋଳରେ ଥିବା ତାଙ୍କ କ୍ଵାଟରକୁ ରେଡ କରିବା ସମୟରେ ତାଙ୍କ ସ୍ତ୍ରୀ ଏକ ବ୍ୟାଗ ଓ ଏକ ସୁଟକେଶ ଧରି କେଉଁଆଡେ ଫେରାର ହୋଇଯାଇଛନ୍ତି ପୋଲିସ ବର୍ତମାନ ତାଙ୍କ ସ୍ତ୍ରୀଙ୍କୁ ଖୋଜୁଛି କିନ୍ତୁ ତାଙ୍କର କୌଣସି ପତା ମିଳୁନାହିଁ | ଅପର ପଟେ ଯଦି ଦେଖିବା ମଳୟଙ୍କ ଭଉଣୀ କିଛିଦିନ ତଳେ ବିଜେପି ଛାଡି ବିଜେଡି ରେ ଯୋଗଦେଇଥିଲେ କୁହାଯାଉଛି କି ନିଜ ଭାଇର କୁ କର୍ମକୁ ଲୁଚାଇବାକୁ ବା ତାଙ୍କୁ ରାଜନୈତିକ ଚାପରେ ଗିରଫ ନକରିବାକୁ ସେ ମସୁଧା କରୁଥିଲେ କିନ୍ତୁ ଏଥିରେ ସେ ସଫଳ ହୋଇପାରିନାହାନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କେତେ ସମ୍ପତି ସିଜ ହୋଇଛି କେଉଁ କେଉଁ ଅନ୍ୟ କେଶ ରେ ଯାଞ୍ଚ ହେଉଛି ଏ ସବୁର ତଥ୍ୟ ମିଳିପାରିନାହିଁ |

Leave a Reply

Your email address will not be published. Required fields are marked *