କାଳବୈଶାଖୀ ତାଣ୍ଡବ ରେ ଉଜୁଡିଲା ଜୀବିକା I

ଫୋକସ ପ୍ଲସ 6/5/22(ଢେଙ୍କାନାଳ):ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁଁ ଉଜୁଡି ଯାଇଛି ଜୀବିକା, ଏହି ଭଳି ଏକ ଦୁଃଖଦ ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ୍ ସାନ୍ଦା ଗ୍ରାମରେ । ଗୁରୁବାର ଅପରାହ୍ନ ସମୟରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଯୋଗୁଁ ସାନ୍ଦା ଗ୍ରାମର ପବିତ୍ର ମୋହନ ପଣ୍ଡା ଙ୍କ ୨୫୦୦ ବର୍ଗଫୁଟ ର କୁକୁଡା ଫାର୍ମ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେବା ସହ ଅସ୍ଥାୟୀ ବାସଗୃହ ମଧ୍ୟ ନଷ୍ଟ ହୋଇଯାଇଛି । ବିଗତ ଦୁଇ ବର୍ଷ ହେବ ପବିତ୍ର ଙ୍କ ବାପା ସ୍ଵର୍ଗତ ଚୈତନ୍ୟ ପଣ୍ଡା ସ୍ଥାନୀୟ ବ୍ୟାଙ୍କ ଓ କିଛି ହାତ ଉଧାର କରି ଉକ୍ତ କୁକୁଡ଼ା ଫାର୍ମ କରି ପରିବାର ପ୍ରତିପୋଷଣ କରୁଥିଲେ । ବାପାଙ୍କ ଦେହାନ୍ତ ପରେ ପବିତ୍ର ଉକ୍ତ ଫାର୍ମ କୁ ଚଳାଇବା ସହ କରଜ ସୁଜିବା ସହିତ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ପ୍ରକୃତ ତାଣ୍ଡବ ଆଗରେ ଆଜି ଶ୍ରୀ ପଣ୍ଡାଙ୍କ ର ସମ୍ପୃର୍ଣ୍ଣ ଜୀବିକା ନଷ୍ଟ ହୋଇଯାଇଛି । ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏନେଇ ପରଜଙ୍ଗ ତହସିଲଦାର ଖଗେଶ୍ବର ପାତ୍ର କହିଛନ୍ତି କି ସାନ୍ଦା ରାଜସ୍ବ ନୀରିକ୍ଷକ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉକ୍ତ କୁକୁଡ଼ା ଫାର୍ମ କୁ ଯାଇ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ।

ପରଜଙ୍ଗରୁ ଆଶିଷ ପଣ୍ଡାଙ୍କ ରିପୋର୍ଟ ଫୋକସ ପ୍ଲସ I

Leave a Reply

Your email address will not be published. Required fields are marked *