କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

ଫୋକସ ପ୍ଲସ 25/5/22(ପାତ୍ରପୁର): ଗତ କାଲି ର ପ୍ରଚଣ୍ଡ କାଳବୈଶାଖୀ ରେ ପାତ୍ରପୁର ବ୍ଲକ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବଂଶୀ ଗାଁ ରାଧା ଶବର ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଅଛି । ମଙ୍ଗଳବାର ସଂଧ୍ୟା ବେଳକୁ କାଳ ବୈଶାଖୀ ଏତେ କ୍ଷୀପ୍ର ଥିଲା ଯେ କେଉଁଠି ଗଛ ପଡି ଯାଇଥିଲା ତ କେଉଁଠି ଟିଣ ଉଡ଼ି ଆସିଥିଲା । ବଂଶୀ ଗାଁ ରାଧା ଶବର ର ଛପର ଉଡିଯାଇ ଘର ଟି ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଥିବା ବେଳେ ବର୍ତ୍ତମାନ ପରିବାର ଟି ବାସହରା ହୋଇ ପଡିଛନ୍ତି। ରାଧା ଶବର ଜଣେ ଗରୀବ ପରିବାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। ଖବର ପାଇ ଜରଡ଼ା ରାଜସ୍ବ ନିରୀକ୍ଷକ ଯାଇ ପାଲ ଦେଇଥିବା ବେଳେ କ୍ଷୟକ୍ଷତି ଆକଳନ କରିଛନ୍ତି।

Leave a Reply

Your email address will not be published. Required fields are marked *