କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଫୋକସ ପ୍ଲସ ୩୦/୫/୨୨(ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଝଙ୍କଡ କନକପୁର ଠାରେ ସପ୍ତାହେ ବ୍ୟାପି ଚାଲିଥିବା ଶାରଦା ପ୍ରସାଦ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଉଦଯାପନୀ ଫାଇନାଲ ମ୍ୟାଚରେ କୋଲର ମହାବୀର କ୍ଲବକୁ ୧୦ ଉଇକେଟରେ ହରାଇ କନକପୁରର ମା’ଶାରଳା ସ୍ପୋଟିଂ ଚମ୍ପିୟାନ ହୋଇଛି।ଚମ୍ପିୟାନ ଦଳ ପକ୍ଷରୁ ରାକେଶ ବ୍ରହ୍ମ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।ଏହି ଟୁର୍ଣ୍ଣାମେଣ୍ଟର ରଙ୍ଗାରଙ୍ଗ ଉଦଯାପନୀ ସମାରୋହରେ ତିର୍ତ୍ତୋଲ ର ଯୁବ ବିଧାୟକ ବିଜୟ ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ଅଶୋକ କୁମାର ମହାନ୍ତି, ଧ୍ୟାନ ରଞ୍ଜନ ଦାସ,ବିମଳ ମହାପାତ୍ର, ରମେଶ ରାଉଳ,ଧୀରେନ୍ଦ୍ର ସାହୁ,ବିଜୟ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ, ପରାଜିତ ଦଳ, ଶ୍ରେଷ୍ଠ ଖେଳାଳି,ପରିଚାଳକ ଓ ଭାଷ୍ୟକାର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ସମ୍ବିତ ଦାସ,ସୁଜିତ ଦାସ, ସୁମିତ ଦାସ ଓ ମା’ଶାରଳା ସ୍ପୋଟିଂ କ୍ଲବର ପ୍ରତେକ୍ଷ ତତ୍ୱବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ଅଞ୍ଚଳର ଶତାଧିକ କ୍ରିକେଟପ୍ରେମୀ ଉପଭୋଗ କରିଥିବା ବେଳେ ଆଗାମୀ ଦିନରେ ଏହି ଖେଳପଡିଆକୁ ମିନି ଷ୍ଟାଡିୟମରେ ପରିଣତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

ତିର୍ତ୍ତୋଲରୁ ନିଶାକର ଦାସ, ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *