ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ନିର୍ବାଚନ ଫଳାଫଳ ଘୋଷଣା |

ବିଜେଡି ଗଡ଼ ରେ ଫୁଟିଲା ପଦ୍ମ |
ପୌରାଞ୍ଚଳ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଉତ୍ସବ ମୁଖର ହୋଇ ଉଠିଛି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ପରିବେଶ | ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ କୋଦଳା ଏନଏସି ରେ ବହୁ ମତ ହାସଲ କରି ବିଜେପି |ବିଜେପି ଏହି ଏନଏସି ରେ ଏକ ପାଖିଆ ଭାବେ ବିଜୟ ଲାଭ କରିଛି |ବିଜେପି ଅଧକ୍ଷ ପ୍ରାର୍ଥୀ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାରତୀ ଗୌଡ଼ ଙ୍କ ଠାରୁ 25ଶହ ରୁ ଉର୍ଦ୍ଧ ଭୋଟ ରେ ବିଜୟୀ ହୋଇଛନ୍ତି | ସେହିପରି ତେର ୱାର୍ଡ ବିଶିଷ୍ଟ ଏନଏସି ରେ ଆଠ ଜଣ ବିଜେପି କାଉନସିଲର ପ୍ରାର୍ଥୀ ବିଜୟୀ ଲାଭ କରିଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ତଥା ଯୁବ ସାମ୍ବାଦିକ ଭଗବାନ ପାଢ଼ୀ ବିଜୟୀ ହୋଇଛନ୍ତି |ସେହିପରି ଚାରି ଜଣ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି |ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ନାୟକ ବିପୁଳ ଭୋଟ ରେ ବିଜୟୀ ଲାଭ କରିବା ପରେ ଏହି ସଫଳତା ର ସମସ୍ତ ଶ୍ରେୟ କୋଦଳା ଦଣ୍ଡିଶ୍ୱର ମହା ପ୍ରଭୁ ଙ୍କ ସମେତ କୋଦଳା ବାସି ଙ୍କୁ ଦେଇଛନ୍ତି |
ସରକାରୀ ଦଳ ଅର୍ଥ ବଳ ରେ ତ୍ରିସ୍ତରୀୟ ପଞ୍ଚାୟତ କୁ ଜିତିଥିବା ବେଳେ କୋଦଳା ଏନ ଏ ସି ରେ ବିପୁଳ ବିଜୟ ପାଇଁ ଜନସାଧାରଣ ଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ |
କୋଦଳା ବାସି ଙ୍କୁ ଏହି ବିଜୟ ପାଇଁ ଅନେକ ଶୁଭେଚ୍ଛା ଜଣାଇଛନ୍ତି କୋଦଳା ନଗର ବିଜେପି ସଭାପତି ମଧୁସୂଦନ ଜେନା |

କୋଦଳା ରୁ ଦେବାଶିଷ ମହାରଣା ଙ୍କ ରିପୋର୍ଟ, ଫୋକସ ପ୍ଲସ

 

Leave a Reply

Your email address will not be published. Required fields are marked *