ଚର୍ଚ୍ଚାରେ ବଡସାହି ବ୍ଳକ ଶିକ୍ଷାଧିକାରୀ ।

ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ପଦକ୍ଷେପ ପ୍ରଚଳନ କରୁ ଥିବାର ଡିଡିମ୍ବ ପିଟି ଚାଲିଛନ୍ତି । ସରକାରଙ୍କର ନିୟମ ଅନୁସାରେ ବିଭାଗୀୟ କତ୍ତୃପକ୍ଷ କାର୍ଯ୍ୟ କରିବା କଥା , କିନ୍ତୁ ମୟୁରଭଂଜ ଜିଲ୍ଲା ର ବଡସାହି ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟକଳାପରୁ ଜଣାଯାଏ ସରକାରଙ୍କର ପ୍ରଚଳିତ ନିୟମ କାନୁନ ପ୍ରତି ସେ କେତେ ଯତ୍ନଶୀଳ ।ଏହି ବ୍ଳକ ଅନ୍ତର୍ଗତ ଦଳକି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କକ୍ଷ ରହିଛି ।ଆବଶ୍ୟକ ଠାରୁ ଅଳ୍ପ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଚାଲିଛି ବିଦ୍ୟାଳୟ । ଦିର୍ଘଦିନରୁ ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ପଦ ଖାଲି ପଡିଛି । କିଛି ମାସ ପୂର୍ବରୁ ଭାରପ୍ରାପ୍ତ ଶିକ୍ଷୟତ୍ରୀ ଯୋଗ ଦେବାର ତିନି ମାସ ମଧ୍ୟରେ ତାଙ୍କ ଅନ୍ୟତ୍ର ବଦଳି । ଏହି ତିନି ମାସ ମଧ୍ୟରେ ଶିକ୍ଷୟିତ୍ରୀ ମାତ୍ର ତିନି ଦିନ ସ୍କୁଲ କୁ ଆସିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାଦ୍ଵାରା କି ମାଧ୍ୟାର୍ଣ୍ଣ ଭୋଜନ ପାଇଁ ଆସିଥିବା ଦୁଇ କ୍ଵିଣ୍ଟାଲ ରୁ ଉର୍ଦ୍ଧ ଚାଉଳ ସ୍କୁଲ ଭିତରେ ପଡିରହି ପୋକ ଲାଗି ଗଲା ।କେବଳ ସେତିକି ନୁହଁ ପିଲାଙ୍କ ପାଇଁ ଆସିଥିବା ଡ୍ରେସ ମଧ୍ୟ ବଣ୍ଟା ନ ହୋଇ ପଡ଼ି ରହି ଥିବାର ଦେଖିବାକୁ ମିଳିଛି । ଏଥି ପ୍ରତି କାହାରି ନିଘା ନାହିଁ । ଏହା ସତ୍ତ୍ୱେ ଉଚ୍ଚ କତୃପକ୍ଷଙ୍କୁ ହାତ ବାରିସି କରି ନିଜ ଘର ପାଖିଆ ସ୍କୁଲକୁ ବଦଳି ହେବାରେ ସକ୍ଷମ ହୋଇଗଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ମାତ୍ର କିଛି ମାସ ମଧ୍ୟରେ ବଦଳି କରିବାର ରହସ୍ୟ ରହସ୍ୟରେ ରହିଛି । ବିଦ୍ୟାଳୟର ଏଭଳି ଘଟଣାକୁ ଦୃଢଭାବେ ବିରୋଧ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ନବା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ । ନ ହେଲେ ଆଗାମୀ ଦିନରେ ସ୍କୁଲରେ ତାଲା ପକାଇ ଧାରଣାରେ ବସିବେ ବୋଲି କିଛି ଅଭିଭାବକ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *