ଚିକିଟି ଏନଏସି ଅଧ୍ୟକ୍ଷା ହେଲେ ଦୀପା କୁମାରୀ ସାହୁ।

ଚିକିଟି ଏନଏସି ନିର୍ବାଚନରେ ମତ ଗଣନା ପରେ ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀନୀ ଦୀପା କୁମାରୀ ସାହୁ ବିପୁଳ ପରିମାଣରେ ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବି ବିଜେପି ର ପୁଷ୍ପାଞ୍ଜଳି ସେଠୀ ୮୯୮ ଖଣ୍ଡ ଭୋଟ ପାଇଥିବା ବେଳେ ଦୀପା ୬୭୨୫ ଖଣ୍ଡ ଭୋଟ ପାଇ ୫୮୨୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତାଙ୍କ ଏହି ବିଜୟରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଆଗାମୀ ଦିନରେ ନବୀନ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାକୁ ଲୋକାଭିମୁଖୀ କରିବା ସହିତ ସ୍ଥାନୀୟ ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ଉଷାଦେବୀ ଙ୍କ ନେତୃତ୍ବରେ ଚିକିଟି ଏନଏସି କୁ ଏକ ନମ୍ବର ଏନଏସି ଗଢି ତୋଳିବେ ବୋଲି ଅଧ୍ୟକ୍ଷା ଦୀପା ମତ ପ୍ରକାଶ କରିଛନ୍ତି। ଏବଂ ତାଙ୍କ ଉପରେ ବିଶ୍ବାସ ଭରସା ରଖି ତାଙ୍କୁ ବିପୁଳ ପରିମାଣରେ ବିଜୟୀ କରାଇଥିବାରୁ ଏନ୍ଏସି ର ସମସ୍ତ ଭୋଟରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହାର ଶ୍ରେୟ ସେ ବିଧାୟିକା ଶ୍ରୀମତୀ ଉଷାଦେବୀ, ପ୍ରଚାର ମଙ୍ଗ ଧରିଥିବା ଚିନ୍ମୟାନନ୍ଦ ଶ୍ରୀରୁପ ଦେବଙ୍କୁ ଦେବାସହ ସମସ୍ତ ଦଳୀୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଚିକିଟି ରୁ ସନ୍ତୋଷ ମହାପାତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *