ଚିକିଟି ରେ ଖୋଲିଲା କୃଷ୍ଣଚନ୍ଦ୍ର ମେଡିକାଲ ଷ୍ଟୋର, ମୁଖ୍ୟ ଆକର୍ଷଣ ଚୁଲବୁଲି ନାୟିକା ଅର୍ଚ୍ଚିତା।

 ଚିକିଟି-ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ କୃଷ୍ଣଚନ୍ଦ୍ର ମେଡ଼ିକାଲ ଷ୍ଟୋର ଅଧିକା ରିହାତି ଦରରେ ଲୋକଙ୍କୁ ଔଷଧ ଦେଇ ନିଜର ପ୍ରତିଷ୍ଠା ଅର୍ଜନ କିରିଛି।ଆଜି ଚିକିଟି ପେଣ୍ଠ ସ୍ଥିତ ମୁଖ୍ୟ ବଜାର ସୁବୁଦ୍ଧି ଭେରାଇଟି ଷ୍ଟୋର ନିକଟରେ ତାର ଏକ ଶାଖା ପ୍ରତିଷ୍ଠା କରି ଶୁଭାରମ୍ଭ ହୋଇଛି।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୁବ ନେତା ତଥା ଯୁବ ସଙ୍ଗଠକ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ମୁଖ୍ୟ ଅତିଥି ଏବଂ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ ପାଇଁ ଓଡ଼ିଆ ସିନେ ତାରକା ଅର୍ଚ୍ଚିତା ସାହୁ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ମୁଖ୍ୟ ଆକର୍ଷଣ ପାଲଟି ଥିଲେ।ସେ ଏଠାରେ ପହଞ୍ଚିବା ପରେ ଲୋକେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସେ ନିଜ କଣ୍ଠରେ ଗୀତ ଗାଇବା ସହ ଷ୍ଟୋର ର ପ୍ରଚାର କରି ଫେରିଥିଲେ।ଏତଦ୍ ବ୍ୟତିତ ସମାଜ ସେବୀ ପି ରାମାରାଓ ସୁବୁଦ୍ଧି, ଡ଼ଃ ରମେଶ ଚନ୍ଦ୍ର ପାତ୍ର ଓ କେସିଏମ ମୁଖ୍ୟ ପରିଚାଳକ ଏ ମୁରଲୀ କୁମାର, ପରିଚାଳକ ପ୍ରିୟବ୍ରତ ପଟ୍ଟନାୟକ, ଷ୍ଟୋର ମାଲିକ ସନ୍ତୋଷ କୁମାର ସାହୁ ଓ ଅଭୟ କୁମାର ସାହୁ, ରଘୁନନ୍ଦନ ସାହୁ, ଧର୍ମା ସାହୁ, କିଷାନ ସୁବୁଦ୍ଧି, ସଚ୍ଚିଦାନନ୍ଦ ପତ୍ର, ପ୍ରଶାନ୍ତ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଅକ୍ଷୟ ସାହୁ, ବାବୁଲି ସାହୁ, ସାଗର ସୁବୁଦ୍ଧି, ପ୍ରଫୁଲ୍ଲ ମହାନ୍ତି,ରସନୀ ସାହୁ, ରଶ୍ମି ସାହୁ, ଅନିତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।ଏଠାରେ ଉତ୍କୃଷ୍ଟ ମାନର ଔଷଧ ସାଙ୍ଗକୁ ବଜାର ଅପେକ୍ଷା ଅଧିକା ରିହାତି ରେ ସମସ୍ତ ଡାକ୍ତରୀ ଔଷଧ ପାଇବା ନେଇ ଉଭୟ ମାଲିକ ସୂଚନା ଦେଇଛନ୍ତି। ଚିକିଟି ରୁ ସନ୍ତୋଷ ମହାପାତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *