ଛିନ୍-ତାଇ ବେଳେ ଲୁଟେରାକୁ ଧରି ପକାଇଲେ ଲୋକେ I

ଦିଦିଙ୍କ ଠାରୁ ଛିନ୍-ତାଇ ବେଳେ ଲୁଟେରାକୁ ଧରି ପକାଇଲେ ଲୋକେ, ମାଡ଼ ପରେ ଉଦ୍ଧାର କଲା ପୋଲିସ୍‌ Iଅଙ୍ଗନବାଡି ଦିଦିଙ୍କ ଠାରୁ ଛିନ୍-ତାଇ ବେଳେ ଧରାପଡିଲା ଲୁଟେରା । ଘଟଣାଟି ନିରାକାରପୁର ଥାନା ଅଧିନସ୍ଥ ହରିପୁର ଗାଁ ଛକ ନିକଟରେ ଘଟିଛି । ଲୁଟେରା ଜଣକ ସ୍କୁଟିରେ ଆସି ଭଦ୍ର ଓ ନମ୍ରତାର ସହିତ ସ୍କୁଟି ଗାଡିରେ ଯାଉଥିବା ସେହି ଅଞ୍ଚଳର ଜଣେ ଅଙ୍ଗନବାଡ଼ି ଦିଦିଙ୍କ ବେକରୁ ସୁନା ଚେନ ଛିନ୍-ତାଇ କରି ଚମ୍ପଟ ମାରୁଥିଲା । ହେଲେ ଦିଦି ଚିତ୍କାର କରିବାରୁ ଲୁଟେରା ଜଣକ ବାଟରେ ନଯାଇ ଅବାଟରେ ଯାଇ ଲୋକଙ୍କ ହାବୁଡ଼ରେ ପଡିଗଲା ।

ଲୁଟେରାକୁ ଧରିବା ପରେ ଲୋକମାନେ ବିଧା-ଗୋଇଠା-ଚାପୁଡା ମାରି ପକାଇଥିଲେ । ଖବର ପାଇ ପୋଲିସ ଆସିଯିବାରୁ ଲୁଟେରା ଜଣଙ୍କୁ ପୋଲିସ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ଲୁଟେରା ଜଣକ ଭୁବନେଶ୍ୱର ସ୍ଥିତ ଡୁମୁଡୁମା ଅଞ୍ଚଳର ଶିବ ପ୍ରସାଦ ଦାସ । ସେ କେତେ ଲୁଟପାଟ ଘଟଣାରେ ସମ୍ପୃକ୍ତ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ନିରାକାରପୁର ଥାନା ନିରୀକ୍ଷକ ଗୀତାଜଂଳୀ ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *