ଜମିଦେବା ନାମରେ ଠକେଇ ୧ ଗିରଫ

ଫୋକସ ପ୍ଲସ 21/5/22 : ବୈଦ୍ୟନାଥପୂର ଥାନା ଅନ୍ତର୍ଗତ ବିମ୍ ନଗର୍ ବାସୀ ଶ୍ରୀ ଅମୂଲ୍ୟ କୁମାର ବିଶୋୟୀ, ପିତା ମୋଚି ରାମ୍ ବିଶୋୟୀ ଙ୍କ ଅଭିଯୋଗ କ୍ରମେ ଥାନା ଅଧିକାରୀ ଶାସ୍ତ୍ରୀ ନଗର ବାସୀ ସୁନୀଲ କୁମାର ସ୍ଵାଇଁ, ପିତା ଶରତ ଚନ୍ଦ୍ର ସ୍ଵାଇଁ ଙ୍କୁ ଗିରଫ କରି ଆଜି ଅଭିଯୋଗ ର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ମାନ୍ୟବର ବିଚାରପତିଙ୍କ ସମ୍ମୁଖରେ ଉପସ୍ଥିତ କରାଇ ଥିବାର ଖବର ମିଳିଛି.
ପ୍ରାପ୍ତ ସୂଚନା ମୁତାବକ ଶ୍ରୀ ସ୍ୱାଇଁ ଅଭିଯୋଗକାରୀଙ୍କ ନିକଟରୁ ନଗଦ ସାତ ଲକ୍ଷ ଚାଳିଶ ହଜାର ଟଙ୍କା ଅଗ୍ରୀମ ଭବରେ (7,40,000/-) ତା 9.11.2020 ରେ ନେଇ ଆଁକୁଲି ମୌଜାର ଖାତା ନମ୍ବର 139 ଓ ପ୍ଲଟ ନମ୍ବର୍ 1853 ଜମି ଖଣ୍ଡିକ କିଣି ଦେବା ପାଇଁ ଚୁକ୍ତି କରିଥିଲେ | ଅଭିଯୋଗ କାରୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରମ୍ଵାର ଏହାକୁ ନେଇ ପଚାରିବାରୁ ସେ ନାନା ବାହାନା କରି ରେଜିଷ୍ଟ୍ରେସନ୍ କରିଲେ ନାହିଁ, ଏହାକୁ ନେଇ ମନରେ ସନ୍ଦେହ ହେବାରୁ ଅଭିଯୋଗକାରୀ ଜମିର ପ୍ରକୃତ ମାଲିକଙ୍କୁ ଯୋଗାଯୋଗ କରି ଆସାମୀ ଙ୍କ ମନ୍ଦ ଉଦ୍ଦେଶ୍ୟ ବିଷୟରେ ଅବଗତ ହୋଇଥିଲେ |

ଏହା ପରେ ବାରମ୍ବାର ଅର୍ଥ ଫେରେଇ ଦେବା ପାଇଁ କହିଥିଲେ ମଧ୍ଯ ଆସାମୀ ମାତ୍ର ଚାଳିଶି ହଜାର ଟଙ୍କା ଫେରେଇ ଦେଇଥିଲେ ତତ୍ ସହିତ ବଳକା ରାଶିର ଏକ ଚେକ୍ ଦେଇଥିଲେ ଯାହା ମୂଲ୍ୟହୀନ ବୋଲି ଅଭିଯୋଗକାରୀ ଜାଣିବାକୁ ପାଇଲେ | ଠକାମୀର ଶିକାର ହୋଇଥିବା ଶ୍ରୀ ଅମୂଲ୍ୟ କୁମାର ବିଶୋୟୀ ପୋଲିସ ଙ୍କ ଦ୍ୱାରସ୍ଥ ହୋଇଥିଲେ |
ପୋଲିସ ଅଭିଯୋଗକାରୀଙ୍କ ତଥ୍ଯ ସଂଗ୍ରହ ପରେ ଦୋଷୀ ବିରୁଦ୍ଧରେ ବ୍ରହ୍ମପୁର ସାଇବର୍ ଏବଂ ଅର୍ଥନୀତି ଅପରାଧ ଥାନା କେସ୍ ନମ୍ବର 03, ତାରିଖ 20.04 2022 ରେ ଏକ ମାମଲା ରୁଜ୍ଜୁ କରି ଆସାମୀକୁ କୋର୍ଟ ଫରୱାର୍ଡ କରାଯାଇ ଥିବା ପୋଲିସ ସୂତ୍ର ରୁ ଜଣାପଡିଛି.

Leave a Reply

Your email address will not be published. Required fields are marked *