ଟ୍ରାକ୍ଟର ବୋଲେରୋ ମୁହାଁମୁହିଁ

ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ ଭମରପଡ଼ା ନିକଟରେ ମଙ୍ଗଳବାର ରାତି ପ୍ରାୟ ୧୧ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି l ଏକ ଧଳାରଙ୍ଗର ବୋଲେରୋ ଗାଡ଼ି ନମ୍ବର  (ଓଆର୍ ୦୮ ବି ୮୧୧୧) ସହ  ଏକ ନାଲି ରଙ୍ଗର ମହିନ୍ଦ୍ରା ଟ୍ରାକ୍ଟର (ଓଡ଼ି ୦୮ ଏଲ୍ ୮୦୨୦) ସହ ମୁହା ମୁହି ଧକ୍କା ହେବା ଫଳରେ ଟ୍ରାକ୍ଟର ଟି ଭାଙ୍ଗି ଚୂର୍ ମାର ହେଇ ଯାଇଥିଲା l ଟ୍ରାକ୍ଟର ଡ଼୍ରାଇଭର ଅତ୍ୟଧିକ ମଦ୍ୟ ପାନ କରି ଟ୍ରାକ୍ଟର ମାଲିକଙ୍କୁ ନ ଜଣେଇ ଗାଡ଼ି ଟିକୁ ନେଇ କୌଣସି କାମରେ ରାତି ୧୧ ଟା ସମୟରେ ଯାଉ ଥିବା ବେଳେ ଏକ ଧଳାରଙ୍ଗର ବୋଲେରୋ ସହିତ ଧକା ହେଇଥିବା ସୂଚନା ମିଳିଛି l ଖବର ପାଇ ନର୍ଲା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ରାସ୍ତା ଉପରେ ପଡ଼ି ରହିଥିବା ଗାଡ଼ି କୁ ରାସ୍ତା କଡ଼ରେ ରଖିଦେବା ଫଳରେ ଗାଡି ମୋଟର  ଗମନା ଗମନ  ପାଇଁ ସୁବିଧା ହୋଇଥିଲା l ଦୁର୍ଘଟଣା ରେ ଟ୍ରାକ୍ଟର ଡ଼୍ରାଇଭର ସାମାନ୍ୟ ଆହତ ହେଇ ଥିବା ସୂଚନା ମିଳିଛି l ନର୍ଲା ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି l

Leave a Reply

Your email address will not be published. Required fields are marked *