ଡକାୟତି ଯୋଜନା ପଣ୍ଡ ।

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଇଲେକ୍ଟ୍ରି ଅଫିସ ପଛପଟ ମୋନାଲିସା ଇଂଲିସ ମିଡ଼ିଅମ ସ୍କୁଲ ପଡିଆ ପରିସରରେ ଖୋର୍ଦ୍ଧା ନବୀନବାଗ ଅଂଚଳରେ ଡକାୟତି କରିବା ପାଇଁ କିଛି ଜଣା ଦୁର୍ବୁତ୍ତ ଯୋଜନା କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଙ୍କ ନିର୍ଦେଶ କ୍ରମେ SDPO ସଦର ଶ୍ରୀଯୁକ୍ତ ସୁଶୀଲ ମିଶ୍ର ଓ ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ ଙ୍କ ନେତୃତ୍ୱରେ ଉକ୍ତ ସ୍ଥାନ ଉପରେ ଚଢ଼ାଉ କରି ଡକାୟତି ଯୋଜନା କୁ ପଣ୍ଡ କରାଯାଇଛି । ସେ ସ୍ଥାନରୁ 5 ଜଣ ଦୁର୍ବୁତ୍ତ ଙ୍କୁ ସଂଗେ ସଂଗେ ଆରରେଷ୍ଟ କରାଯାଇ ତାଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ କରିବା ସହିତ ଏକ ବ୍ୟବହୃତ କାର ଓ ମୋବାଇଲ ଫୋନ ଜବତ କରାଯାଇଛି । ଅନୁସନ୍ଧାନ ଜାରି ରହିଛି ।

ଖୋର୍ଦ୍ଧା ରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *