ଡାକ୍ତର ପଦବୀ ପୂରଣ ନେଇ ଦାବି ଜଣାଇଲା ବିକାଶ ପରିଷଦ I

କନ୍ଦୁଝର ଜିଲ୍ଲାର ସିମାନ୍ତରେ ଥିବା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଇଂରେଜ ଶାସନ ସମୟ ଅର୍ଥାତ ୧୯୧୦ ମସିହାରୁ ସ୍ଥାପନ କରାଯାଇଛି । ଯେଉଁ ଚିକିତ୍ସାଳୟ ଉପରେ ପଡୋଶି ଜିଲ୍ଲାମୟୁର ଭଞ୍ଜ ଜିଲ୍ଲା ଓ ପୋଡଶି ଝାରଖଣ୍ଡ ରାଜ୍ୟରରୋଗି ଭରସା କରି ଆସୁଥିଲା ବେଳେ ଡାକ୍ତର ଅଭାବକୁ ନେଇ ଅସନ୍ତୋଷ୍ ପ୍ରକାଶ କରିବା ସହ ଆଜି ଏନେଇ ଦାବି ପତ୍ର ଚିକିତ୍ସା ଅଧିକାରୀ ଡ.ଉମାକାନ୍ତ ସାହୁଙ୍କୁ ଦେବାର ଦେଖାଦେଇଛି ।ତେବେଏନେଇ ବହୁବାର ଦାବି ଜଣାଇଥିଲେ ଓ ଖବର ପ୍ରସାରଣ ହୋଇଥିଲେ ମଧ୍ୟ ପୂରଣ ନହୋଇ ଥିବା ହେତୁ ପୁନରାୟ ବିକାଶ ପରିଷଦ ଦାବି ଜଣାଇବାକୁ ବାଧ୍ୟ ହୋଇଛି । ବିଭିନ୍ନ ବିଭାଗରେ ଡାକ୍ତର ନଥିଲା ବେଳେ ବିଶେଷତ ଗାଉନିକ ବିଭାଗରରୋଗିମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଗାଇ ନିକ ବିଭାଗର ଚିକିତ୍ସାର ଅଭାବ ହେତୁ ରୋଗି ମାନଙ୍କୁ ଜିଲ୍ଲା ଚିକିତ୍ସାଳୟ ବା ଘରୋଇ ଚିକିତ୍ସାଳୟ ମୁହାଁ ହେବାକୁ ପଡ଼ୁଥିଲାବେଳେ ସାଧାରଣ ଲୋକ ପାଖରେ ଅର୍ଥର ଅଭାବ ହେତୁ ଅସମ୍ଭବ ହୋଇ ପଡୁଛି । ଅନ୍ୟ ଦିଗରେ ଡିଏମ ଏଫ ତରଫରୁ ଜଣେ ଗାଇ ନିକ ଡାକ୍ତର ନିଯୁକ୍ତି ହୋଇଥିଲେ ମଧ୍ୟ ଡାକ୍ତରଙ୍କ ଅନେକ ଦିନ ଅନୁପସ୍ଥିତିକୁ ନେଇ ବିକାଶ ପରିଷଦ ପ୍ରଶ୍ନ ଉଠାଇବା ସହ ସ୍ଥାୟୀ ଭାବେ ୨ ଜଣ ଗାଇନିକ ଡାକ୍ତର ନିଯୁକ୍ତି ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସରକାର ଏ ଦିଗରେ କେବେ ପଦକ୍ଷେପ ନେଉଛନ୍ତି ।

ଚମ୍ପୁଆ ରୁ ଦାଶରଥି ଗିରିଙ୍କ ରିପୋର୍ଟ Focus plus

Leave a Reply

Your email address will not be published. Required fields are marked *