ଡିୟୁଟି ଅବହେଳା ପାଇଁ ଶିକ୍ଷକ ହେଲେ ହଟହଟା I

ଶିକ୍ଷକ ମାନଙ୍କ ଅବହେଳା କୁ କେନ୍ଦ୍ରକରି ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ। ବିଦ୍ୟାଳୟ ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇରହିଲେ ଛାତ୍ରଛାତ୍ରୀ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଖାଳିଆମେଣ୍ଟା ଗାଁରେ ଥିବା ଧନେଇ ବିଦ୍ୟାପୀଠ ରେ ବ୍ୟାପକ ଅବ୍ୟବସ୍ଥା କୁ ନେଇ ତାତିଛନ୍ତି ଗ୍ରାମବାସୀ। ଗତ ଶନିବାର ବିଦ୍ୟାଳୟ ଛୁଟି ହେବା ପରେ କ୍ଲାସରୁମ ଓ କାର୍ଯ୍ୟାଳୟ କୁ ମୁକୁଳା ଛାଡି ସମସ୍ତେ ପଳାଇ ଥିଲେ। ଗ୍ରାମବାସୀ ବିଦ୍ୟାଳୟ କୁ ଯାଇ ତାଲା ପକାଇ ଚାବି କାଠି ନେଇଯାଇଥିଲେ। ଆଜି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଆସିବା ବେଳକୁ ତାଲା ଖୋଲିନଥିଲେ ଗ୍ରାମବାସୀ। ବିଭିନ୍ନ ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଙ୍କ ଭିତରେ ସମନ୍ୱୟ ରହୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। କେବଳ ଏଇ ଘଟଣା ନୁହଁ ଗ୍ରାମର ସର୍ବପୁରାତନ ଏହି ବିଦ୍ୟାଳୟ ର ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ସହିତ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଏକ ଅନ୍ଧାର ଆଡକୁ ଠେଲି ହୋଇ ଯାଉଛି। ତେଣୁ ଶିକ୍ଷାଅଧିକାରୀ ଏସବୁ ଦିଗପ୍ରତି ଦୃଷ୍ଟି ଦେଇ ପ୍ରଧାନ ଶିକ୍ଷକ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା କୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *