ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନିବେଦନ

ଅନୁଗୁଳ : ଲକ୍ଷାଧିକ କର୍ମି ଓ ସମର୍ଥକଙ୍କୁ ନେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ଲାଭ କରିଥିବା ବିଜୁ ଜନତା ଦଳ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ବର୍ଷ ଧରି ଚାଲିଛି, ଚାଲିବ ଓ ଚାଲୁଥିବ ମଧ୍ୟ । ଏହାର ପ୍ରଗତିର ରଥକୁ କେହି ଅଟକାଇ ପାରିବ ନାହିଁ । ରାଜନୈତିକ ଜୀବନ ଆରମ୍ଭ କରିଥିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଧାୟକ ଓ ସାଂସଦ ହେବାର ସୁଯୋଗ ଆପଣମାନେ ଦେଇଛନ୍ତି । ସାଂସଦ ଓ ବିଧାୟକ ସମୟରେ ସବୁ ଗ୍ରାମ, ପଂଚାୟତ ଓ ପୌର ଅଂଚଳର ୱାର୍ଡ ବୁଲିବା ସମ୍ଭବ ହୋଇ ନଥାଏ । ମାତ୍ର ତ୍ରିସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନ ସମୟରେ ଅଖଣ୍ଡ ପରିଶ୍ରମ କରି ସବୁ ଦରକାରରେ ପହଂଚିବାର ସଂକଳ୍ପ ନେଇ ଲକ୍ଷ୍ୟରେ ସଫଳ ହୋଇଥାଏ । ୧୯୯୫ ରୁ ୨୦୧୯ ମଧ୍ୟରେ ଯେତେ ପୌର ଓ ପଂଚାୟତ ନିର୍ବାଚନ ହୋଇଛି ସମସ୍ତ କ୍ଷେତ୍ରରେ ପ୍ରାୟତଃ ଅଂଚଳରେ ପହଂଚିପାରିଛି । ମାତ୍ର ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଯାହା ଲକ୍ଷ୍ୟ ରଖିଥିଲି ତାହା ସଫଳ ହୋଇପାରି ନାହିଁ । ୨୦୧୯ ଲୋକ ସଭା ନିର୍ବାଚନ ପରେ କିଛି ଅଂଚଳ ବୁଲା ବୁଲି କରିଥିଲେ ମଧ୍ୟ ଅନେକ ବାକି ରହିଛି । ତାହା ପୁରଣ ପାଇଁ ଚଳିତ ତ୍ରିସ୍ତରୀୟ ନିର୍ବାଚନ ମୋ ପାଇଁ ଏକ ସୁଯୋଗ ଥିଲା । ପଂଚାୟତ ବୁଲିଥାନ୍ତି ଓ ଜନ ସଂପର୍କ ବଢ଼ାଇଥାନ୍ତି । କିନ୍ତୁ ଦୁଃଖର ବିଷୟ ଦେହର ଅସୁସ୍ଥତା କାରଣ ପାଇଁ ବ୍ଲକକୁ ଯାଇଥିଲେ ମଧ୍ୟ ପ୍ରତି ପଂଚାୟତକୁ ଯିବାକୁ ସମ୍ଭବ ହୋଇ ପାରଲା ନାହିଁ । ଏଭଳି ପରିସ୍ଥିତିରେ ବାଧ୍ୟ ହୋଇ ଛପା ମାଧ୍ୟମରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ମୋର ପ୍ରିୟ କର୍ମି, ଶୁଭାକାଂକ୍ଷି, ଗୁରୁଜନ, ମାଆ, ଭଉଣୀ, ଶ୍ରମିକ, କୃଷକ, ଯୁବ, ଛାତ୍ର ସମସ୍ତଙ୍କୁ ବିନମ୍ର ନିବେଦନ କରୁଛି କି ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କୁ ଆପଣଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶିର୍ବାଦ ଦେଇ କେବଳ ବିଶ୍ୱାସ ନୁହେଁ ବରଂ ବିକାଶକୁ ତ୍ୱରାନ୍ୱିତ ପାଇଁ ସହଯୋଗ କରିବାକୁ ମୁଁ ମହେଶ ସାହୁ ଜଣାଉଛି ।

Leave a Reply

Your email address will not be published. Required fields are marked *