ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ଅଧିନସ୍ଥ ବଡ଼ ବାଗ୍ରି ଗାଁରେ ରଜନ୍ତି ମାଝୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି , ସେତିକି ରାଜନୈତିକ ମାହଲ ବଢିବା ରେ ଲାଗିଛି। ଗାଁ କୁ ଗାଁ ଘର ଘର ବୁଲି ନେତା, ସମର୍ଥକ ଓ ପ୍ରାର୍ଥୀ ମାନେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟର୍ସ ମାନଙ୍କୁ ଆକୃଷ୍ଟ କରୁଛନ୍ତି। ବିଜୟୀ ହୋଇ ଆସିଲେ ଗାଁ ର ପ୍ରତି ଟି ସମସ୍ୟା ର ସମାଧାନ କରିବେ ବୋଲି ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଆମେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ଅଧିନସ୍ଥ ବଡ଼ ବାଗ୍ରି ଗାଁ ରେ ପହଞ୍ଚି ଥିଲୁ। ଏଠାରେ ଜଣେ ସମିତି ସଭ୍ୟା ପ୍ରାର୍ଥିନୀ ଶ୍ରୀ ମତୀ ରଜନ୍ତି ମାଝୀ , ଗ୍ରାମ ଦେବୀ ଠାକୁର ପିଠ ରେ ପୂଜାର୍ଚ୍ଚନା କରି ଠାକୁର ଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରିଥିଲେ। ଏବଂ ତାଙ୍କ ଚିହ୍ନ ଦେଖାଇ ପୁସିଙ୍ଗ୍ କାର୍ଡ ଦେଇ ଷ୍ଟୁଲ ଚିହ୍ନ ରେ ଭୋଟ ଦେବାକୁ ଭୋଟର୍ସ ମାନଙ୍କୁ ହାତ ଯୋଡ଼ି ନିବେଦନ କରୁଥିଲେ। ଏହି ସମୟରେ ତାଙ୍କୁ ନିର୍ବାଚନ ମୈଦାନ କୁ ଓହ୍ଲାଇ ଥିବା ଉଦେଶ୍ୟ ସମ୍ପର୍କରେ ପଚାରି ବୁଝିଥିଲୁ । ସେ କହିଥିଲେ ଯେ ସରକାର ଙ୍କ ଅନେକ ଯୋଜନା ରହିଛି। ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଯୋଜନା ଗୁଡିକ ଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଯାହା କି ଆଜି ମଧ୍ୟ କେତେକ ଗ୍ରାମ ରେ ପିଇବା ପାଣି ସମସ୍ୟା ରହିଛି।‌ ଅନେକ ଗରିବ ଲୋକ ମାନେ ଆବାସ ଘରରୁ ବଞ୍ଚିତ ହୋଇ ଆସୁଛନ୍ତି। ଯୋଗ୍ୟ ହିତାଧିକାରୀ ମାନେ ଭତ୍ତା ଟଙ୍କା ରୁ ବଞ୍ଚିତ ହୋଇ ଆସୁଛନ୍ତି ।‌ ଏମିତି କି ଅନେକ ଗାଁ ରେ ସମସ୍ୟା ରହିଛି। ତେଣୁ ଏ ଭଳି ସମସ୍ୟା ର ସମାଧାନ କିଭଳି ହେବ ତାହା କୁ ଦୃଷ୍ଟିରେ ରଖି ସେ ରାଜନୈତିକ ମୈଦାନ ରେ ଓହ୍ଲାଇ ଥିବା କହିଛନ୍ତି । କେବଳ ସେତିକି ନୁହେଁ ଏହି ପଞ୍ଚାୟତ କୁ ସେ ଏକ ଆଦର୍ଶ ପଞ୍ଚାୟତ ଭାବେ ଗୋଡିତଳିବେ। ଡୁମ୍ବାଗୁଡା ପଞ୍ଚାୟତ ରେ ଏକ ମୋବାଇଲ ଟାୱାର ସ୍ଥାପିତ କରିବାକୁ ଚେଷ୍ଟା କରିବେ ପୁଣି ଶିକ୍ଷା ବ୍ୟବସ୍ଥା କୁ କିଭଳି ଶଶକ୍ତ କରିବେ ତାହା ତାଙ୍କ ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି। ତେଣୁ ତାଙ୍କ ନିବେଦନ କୁ ରକ୍ଷା କରି ଜନ‌ସାଧାରଣ ମାନେ ଷ୍ଟୁଲ ଚିହ୍ନ ରେ ଭୋଟ ଦେଇ ବିଜୟୀ କଲେ ସେ ଲୋକ ମାନଙ୍କ ସମସ୍ୟା ର ସମାଧାନ ପାଇଁ ଅଣ୍ଟା ଭିଡିବେ। ଏବଂ ସରକାର ଙ୍କ ସହ ଲଢେ଼ଇ କରି ଜନହିତକର ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି। ସେଯୋଦି ସମିତି ସଭ୍ୟା ଭାବେ ବିଜୟୀ ହେଲେ ଲୋକ ଙ୍କ ସୁଖ ଓ ଦୁଃଖ ସମୟରେ ସାମିଲ୍ ହୋଇ କାମ କରିବେ ବୋଲି କହିଛନ୍ତି।
ଏଥିରେ ରଜନ୍ତି ମାଝୀ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବେ ବୋଲି ସମର୍ଥକ ମାନେ ପ୍ରକାଶ କରିଛନ୍ତି। ଏହି ସମୟ ସଦାଜାନୀ, ଗୋପାଳ ଖରା, ଯୋଦୁ ସଗର, କାଳିଆ ସଗର ପ୍ରମୁଖ ପ୍ରକାଶ କରିଛନ୍ତି।

ଦଶମନ୍ତପୁର ବ୍ଲକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ ଫୋକସ ପ୍ଳୋସ।

Leave a Reply

Your email address will not be published. Required fields are marked *