ଦାଦନ ଶ୍ରମିକ ଏବେ ତେଲେଙ୍ଗାନା ର ଠିକାଦାର ର କବ୍ଜାରେ l

କଳାହାଣ୍ଡି ଜିଲ୍ଲାର ୬୦ ଜଣ ଦାଦନ ଶ୍ରମିକ ଏବେ ତେଲେଙ୍ଗାନା ର ଠିକାଦାର ର କବ୍ଜାରେ l ଦାଦନ ଶ୍ରମିକ କାମ କରିଥିବା ପଇସା ମାଗୁଥିବାରୁ ଠିକାଦାର ମାଡ ଦେଉଥିବା କଥା ସାମ୍ନା କୁ ଆସୁଛି l କଳାହାଣ୍ଡି ହେଉଛି ଦାଦନ ପ୍ରବଣ ଜିଲ୍ଲା ଏଠିର ର ଲୋକ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଜାଆନ୍ତି ହେଲେ ଫେରନ୍ତି ବହୁତ କଷ୍ଟରେ l ମାଲିକ ମାଡ଼ ମାରିଥାଏ, ଖାଇବାକୁ ଦେଇ ନ ଥାଏ, ଏଭଳି ଅନ୍ୟାୟ ଅତ୍ୟାଚାର ଶ୍ରମିକ ଉପରେ ବଢ଼ିଥାଏ । ୫ ମାସ ତଳେ ଧର୍ମଗଡ ବ୍ଲକ କନାଗାଁ ର ଖଣ୍ଡ ନାଏକ ଓ କୋତମେର ଗ୍ରାମର ଥବିର ନାଏକ ଦୁଇ ଜଣ ମିଶି ଜୟନ୍ତପୁର ପଞ୍ଚାୟତ ର ବାରିକପଡା, ପର୍ଲା ପଞ୍ଚାୟତ ର ନୁଆଁପଡା, ଛଞ୍ଚାଣବାହାଲି ର ନାଗପଡା, ଖଲିଆକାନି, ଛତିଶଗଡ଼ ର ଝିକରୀପଡା, ଅମେର, ଡର୍ଲିପଡା ର ୬୦ ଜଣ ଲୋକଙ୍କୁ ଇଟାଭାଟି ରେ କାମ କରେଇବା ପାଇଁ ତେଲେଙ୍ଗାନା ରାଜ୍ୟ, ଖମମ ଜିଲ୍ଲା, କୁସୁମଞ୍ଚି ଥାନା ଅନ୍ତର୍ଗତ ଯୁଜୁରାପେଟା ପଞ୍ଚାୟତ କୁ ନେଇ ଯାଇଥିଲେ l ସେଠାରେ ଦାଦନ ଶ୍ରମିକ ମାନେ ୫ ମାସ ହେବ କାମ କରିଆସୁଛନ୍ତି, ହେଲେ ପରିଶ୍ରମିକ ମୂଲ୍ୟ ମିଳୁ ନାହିଁ l ବିନା ମୂଲ୍ୟରେ କାମ କରାଉଛନ୍ତି ଠିକାଦାର l ଶ୍ରମିକ ମାନେ କାମ କରିଥିବା ପଇସା ମାଗିବାରୁ ତାଙ୍କୁ ମାଡ ମାରୁଛନ୍ତି l ପଇସା ନଥିବାରୁ ଖାଇବା, ପିଇବା ର ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଶ୍ରମିକ l କାହାକୁ କହିବେ, ଖଣ୍ଡ ନାଏକ ଓ ଥବିର ନାଏକ ଶ୍ରମିକ ଙ୍କୁ କାମ କରାଇବା ପାଇଁ ନେଇକି ଯାଇଥିଲେ ହେଲେ ବର୍ତମାନ ଶ୍ରମିକ ମାନଙ୍କ ସହିତ କଥା ହେଉନାହାଁନ୍ତି l ବର୍ତମାନ ଭୋକ ଶୋଷରେ ପିଲା ଛୁଆ କୁ ଧରି ଅତି ଦୟନୀୟ ଅବସ୍ଥାରେ ଜୀବନଜାପନ କରୁଛନ୍ତି ଦାଦନ l

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଷ୍ରା ଫୋକସ୍ ପ୍ଲସ ।

Leave a Reply

Your email address will not be published. Required fields are marked *