ଦୁଇ ଦିନ ଖରା ,3 ବେଳକୁ ବର୍ଷା

ଆସନ୍ତା 3 ଓ 4 ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି l ତାତି ରୁ ଆଶ୍ଵସ୍ତି ମିଳିବ l କେନ୍ଦୁଝର , ମୟୁରଭଞ୍ଜ ,ବାଲେଶ୍ୱର ,ଭଦ୍ରକ ଯାଜପୁର ,କେନ୍ଦ୍ରାପଡା ,ରାୟଗଡା ଓ ଗଜପତି ଜିଲ୍ଲା ସମେତ ଉତ୍ତର ଉପକୂଳ ଓଡିଶା ରେ ଏଇ ଦୁଇଦିନ ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ସୂଚନା ଦେଇଛନ୍ତି l ଗତ କିଛି ଦିନ ରେକର୍ଡ କରାଯାଇଥିବା ତାପମାତ୍ରା ରେକର୍ଡ ଭାଙ୍ଗିଛି l ଝାରସୁଗଡା -41.2, ଭବାନୀପାଟଣା -41.2, ବଲାଙ୍ଗୀରି -41.3,ବୌଦ୍ଧ 41, ସମ୍ବଲପୁର 40.1,ସୁନ୍ଦରଗଡ ରେ 40 ଡିଗ୍ରୀ ଉପରେ ରହିଛି l ପୁରୀ, ବାଲେଶ୍ୱର ,କଟକ ,ଯାଜପୁର ,ପ୍ରଭୁତି ଜିଲ୍ଲା ତାପମାତ୍ରା ଅପେକ୍ଷାକୃତ କମ ରହିଛି l ଆସନ୍ତା ଦୁଇଦିନ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିବ l ଶୁକ୍ରବାର ଓ ଶନିବାର ବଲାଙ୍ଗୀରି ,ବାଲେଶ୍ୱର ବରଗଡ଼ ,ବୌଦ୍ଧ ,କଳାହାଣ୍ଡି ଜିଲ୍ଲା ରେ ଗ୍ରୀଷ୍ମ ଲହରୀ ଜାରି ରହିବ l ନିହାନ୍ତି ଭାବରେ ଏହା ବୟସ୍କ,ଓ ଅସୁସ୍ଥ ବ୍ୟକ୍ତି ଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ l

Leave a Reply

Your email address will not be published. Required fields are marked *