ଧାରଣାରେ ଇଫ୍କୋ କମ୍ପାନୀ କର୍ମଚାରୀ

ଫୋକସ ପ୍ଲସ 27/5/22(ପାରାଦ୍ବୀପ): ପାରାଦ୍ବୀପ ଇଫ୍କୋ କମ୍ପାନୀ ଫାଟକ ଆଗରେ ଧାରଣାରେ ବସିଛନ୍ତି ପାରାଦ୍ବୀପର ତିନୋଟି ଟ୍ରକ ମାଲିକ ସଂଘ | ଧାରଣା ସ୍ଥଳରେ ଗଣମାଧ୍ୟନ ବୁମ୍ ଠେଲି ଚାଲିଗଲେ ଇଫକୋ କର୍ମଚାରୀ | ଇଫକୋ କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରି ପାରାଦ୍ବିପ ଟ୍ରକ୍ ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଲିକ ସଂଘ, ଜଗତସିଂହପୁର ଜିଲା ଟ୍ରକ୍ ମାଲିକ ସଂଘର ଟ୍ରକ ମାଲିକ ମାନେ ଧାରଣା ବସିଛନ୍ତି | ତିନୋଟି ଟ୍ରକ ମାଲିକ ସଂଘ କୁ ଇଫ୍କୋ କମ୍ପାନୀ ଗୁରୁତ୍ଵ ଦେଉନଥିବା ଓ ବାହାରୁ ଟ୍ରକ ଆଣି ଟ୍ରାନ୍ସପୋଟିଂ କରାଉଥିବା ଅଭିଯୋଗ କରିଛି ଯେସିସି | ପୂର୍ବରୁ ପ୍ରଶାସନ ଓ କମ୍ପାନୀ କର୍ତ୍ତୁପକ୍ଷ ଙ୍କୁ ଟ୍ରକ୍ ସଂଘ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ଯୋଗୁ ଆଜି ଧାରଣା ରେ ବସିଛନ୍ତି ଟ୍ରକ୍ ମାଲିକ ମାନେ | ଏପରିକି ମାନ୍ୟବର ହାଇକୋର୍ଟ ଓ ଜଗତସିଂହପୁର ଜିଲାପାଳଙ୍କ ନୋଟିସ ପରେ ମଧ୍ୟ ଇଫ୍କୋ କମ୍ପାନୀ ସ୍ଥାନୀୟ ଟ୍ରକ୍ ମାଲିକ ମାନଙ୍କୁ ଅଣଦେଖାକରି ବାହାରୁ ଟ୍ରକ୍ ଆଣି ମନମୁଖୀ ଟ୍ରନ୍ସପୋଟିଂ କରୁଥିବା ଅଭିଯୋଗ କରି ଧରଣାରେ ବସିଛନ୍ତି |
ଯେ ପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୁପକ୍ଷ ଦାବୀ ମାନି ନ ନେଇଛନ୍ତି, ସେ ପର୍ଯ୍ୟନ୍ତ ଧରଣାରେ ବସି ରହିଥିବୁ ବୋଲି ଟ୍ରକ ସଂଘର କର୍ମକର୍ତାମାନେ କହିଛନ୍ତି |ଧାରଣା ସ୍ଥଳରେ ଇଫକୋ କମ୍ପାନୀ କର୍ମଚାରୀ ପହଁଚି ଟ୍ରକ ସଂଘ ସହ ଆଲୋଚ଼ନା କରିଛନ୍ତି, ହେଲେ ଗଣାମାଧ୍ୟମ ଆଗରେ କିଛି ନ କହି ବୁମ୍ କୁ ଠେଲି ଚାଲିଯାଇଥିଲେ, ଏଡିଏମ୍ ଙ୍କ ସହ ଆଲୋଚ଼ନା କରାଯିବ ବୋଲି କହି ଚାଲିଯାଇଥିଲେ ଇଫକୋ କର୍ମଚାରୀ, ପାରାଦ୍ବୀପରୁ ମନୋଜ ସାହୁ ଫୋକସ ପ୍ଲସ୍ |

Leave a Reply

Your email address will not be published. Required fields are marked *