ନଷ୍ଟ ହେଲା ଲକ୍ଷଧିକ ଟଙ୍କାର ସମ୍ପତି

ଫୋକସ ପ୍ଲସ 20/5/22 (ମାଲକାନଗିରି):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗାଲ ପଞ୍ଚାୟତ ର ଏମ ପି ଭି ୫୩ ଗ୍ରାମରେ ସଟ ସର୍କିଟ ଯୋଗୁ ଗୋଟିଏ ପରିବାର ର ଘର ସହ ଦୋକାନ ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି। ପାଖା ପାଖି ଏହାର ଆନୁମାନିକ ମୂଲ୍ୟ 3,ଲକ୍ଷ୍ୟରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଯଲିଯାଇଥିବା ଘର ଏମ ପି ଭି ୫୩ ଗ୍ରାମ ର ଆନନ୍ଦ ମଣ୍ଡଳ ଙ୍କ ବୋଲି ଜଣାପଡିଛି l

 ଆନନ୍ଦ ମଣ୍ଡଳଙ୍କ ସ୍ତ୍ରୀ ଓ ତିନି ଝିଅ ଗୋଟିଏ ପୁଅ ଥିବାବେଳେ ବହୁ କଷ୍ଟରେ ଘର ଓ ଦୋକାନ ଟିଏ କରି ଚଳୁ ଥିଲେ,କିନ୍ତୁ ସେ ସବୁ ନିଆ ରେ ଜଳି ପାଉଁଶ ହୋଇଯାଇଛି,ଏବେ ସେ ପାଞ୍ଚ ପାଞ୍ଚ ଜଣ ପ୍ରାଣୀ କେମିତି ବଞ୍ଚିବେ ତାହାକୁ ନେଇ ଏବେ ଚିନ୍ତା ରେ ପରିବାର l  ସରକାର କିଛି ସାହାଯ୍ୟ କରନ୍ତେ ତାହାହେଲେ ଏହି ଆନନ୍ଦ ମଣ୍ଡଳଙ୍କ ପରିବାର ଉପକୃତ ହୋଇ ପାରନ୍ତେ ବୋଲି ଗ୍ରାମ ବାସି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *