ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଗାଁ ଗାଁରେ ପ୍ରାର୍ଥୀମାନଙ୍କର ନିର୍ବାଚନ ପ୍ରଚାର ସେତେ ସରଗରମ ହେବାରେ ଲାଗିଛି ।

 


ରିପୋର୍ଟ -: ସତ୍ୟନାରାୟଣ ପ୍ରଧାନ( କାଲିମେଳା )

ଆଙ୍କର-: କିଏ ହାତରେ ମାଛ ଧରି ଭୋଟ ମାଗୁଛି ତ ଆଉ କିଏ ଶଗଡ଼ରେ ବସି ନିର୍ବାଚନ ପ୍ରଚାର କରିବାକୁ ପସନ୍ଦ କରୁଛି । ତେବେ ମାଲକାନଗିରି ଜିଲ୍ଲା ଉପାନ୍ତ କାଲିମେଳା ବ୍ଳକର ପ୍ରାର୍ଥୀମାନେ ମଧ୍ୟ ପଛରେ ପଡ଼ି ନାହାନ୍ତି । ସେମାନେ ମଧ୍ୟ ନିଜ ନିଜର ନିର୍ବାଚନ ଚିହ୍ନକୁ ଧରି ଭୋଟ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ହଜାର ହଜାର ଫୁଟ ଉପରେ ଥିବା ଘାଟି ଗାଁ ଗୁଡ଼ିକରେ ଜନଜ ନିଉନ ଏହି ସବୁ ଘାଟି ଅଂଚଳ ଗସ୍ତ କରିବା ସମୟରେ ଏପରି ଦୃଶ୍ୟ ସବୁକୁ କ୍ୟାମେରାରେ କଏଦ କରିବାରେ ସଫଳ ହୋଇଥିଲା । ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ବ୍ଳକର ମାନ୍ୟମକୋଣ୍ଡ ଓ ତେଲେରାଇ ଫଚାୟତର ହଜାର ହଜାର ଫୁଟ ଉପରେ ରହିଛି ଅନେକ ପାହାଡ଼ି ଗାଁ । ଏହି ଗାଁ ଗୁଡ଼ିକରେ ଥିବା ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଏବେ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗୀତା । କାରଣ ମାନ୍ୟମକୋଣ୍ଡା ଫଚାୟତର ୧୫ ଟି ବୁଥରେ ୪୩୭୨ ଭୋଟର ରହିଥିବାବେଳେ ତେଲରାଇ ପଂଚାୟତର ୧୬ ଟି ବୁଥରେ ରହିଛନ୍ତି ୪୮୮୦ ଭୋଟର । କାଲିମେଳା ସଦରମହକୁମ । ଠାରୁ ପ୍ରାୟ ୪୦ ରୁ ୫୦ କିମି ଦୂର ପାହାଡ଼ ଉପରେ ଥିବା ତଥା ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ ସାଇଲୁର୍‌ , ଗୁଣ୍ଡାବେଡ଼ା ଦଳେଇପୁଟ , ରାମନନ୍ଦୁପୁର , ଆମ୍ବପଦର , କମଳାପଦର ଆଦି ଘାଟି ଅଂଚଳରେ ଥିବା ଗ୍ରାମ ଗୁଡିକରେ ରହିଥିଵା ହଜାର ହଜାର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏବେ ପ୍ରାର୍ଥୀମାନେ ଏବେ ଘାଟି ମୁହାଁ ହେବାରେ ଲାଗିଛନ୍ତି । ମାନ୍ୟମକୁଣ୍ଡା ପଂଚାୟତର ସମିତିସଭ୍ୟ ପ୍ରାର୍ଥୀ ଲକ୍ଷ୍ମୀଧର ମାଡ଼କାମୀ ନିଜ ସମର୍ଥକଙ୍କ ସହିତ ହାତରେ ସ୍କୁଲ ଚିହ୍ନ ଧରି ଘାଟି ଉପରେ ଥିବା ସାଇଲୁର , ଗୁଣ୍ଡାବେଡ଼ା ଗ୍ରାମର ଘରକୁ ଘର ବୁଲି ଭୋଟ ପ୍ରଚାର କରୁଥିବାବେଳେ ତେଲେଭାଇ ପଂଚାୟତର ସରଫଚ ପ୍ରାର୍ଥୀ ମୁତା ସୋଡି ମଧ୍ୟ ହାତରେ ଛତା ଧରି ଆମପଦର ଓ କମଳାପଦର ଆଦି ଘାଟି ଅଂଚଳରେ ରହିଥିଵା ଗ୍ରାମ ଗୁଡ଼ିକର ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି । ତେବେ ପ୍ରାର୍ଥୀମାନେ ଭୋଟ ଭିକ୍ଷା କରୁଥିବାବେଳେ ଗ୍ରାମବାସୀଙ୍କ ମାଳ ମାଳ ପ୍ରଶ୍ନ ବାଣରେ ଘାଇଲା ହୋଇଯାଉଥିବାର ଦେଖିବାକୁ ମିଳିଛି । କାରଣ ଭାରତ ସ୍ବାଧୀନତା ହେବାର ୭ ଦଶନ୍ଧି ଅତିକ୍ରମ କରିସାରିଥିଲେ ମଧ୍ୟ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ଏହି ଘାଟି ଉପରେ ରହୁଥିବା ମଣିଷମାନେ । ରାସ୍ତାଘାଟ ଠାରୁ ଆରମ୍ଭ କରି ପାନୀୟ ଜଳ , ଶିକ୍ଷା ଓ ସ୍ୱାସ୍ଥ୍ୟ ଏମାନଙ୍କ ପାଇଁ ସାତ ସପନ । ସରକାର ଡ଼ିଜିଟାଲ ଇଣ୍ଡିଆ କଥା କହୁଥିବାବେଳେ ଏହି ସବୁ ଅଂଚଳରେ ମୋବାଇଲ୍ ନେଟସ୍କାର୍କ କଅଣ ଲୋକମାନେ ଜାଣିନଥିବାର କହିଛନ୍ତି । ଭୋଟ ସମୟ ଆସିଲେ ନେତା ଓ ପ୍ରାର୍ଥୀ ସେମାନଙ୍କ ପାଖକୁ ଆସୁଥିଲେ ମଧ୍ୟ ଭୋଟ ସରିଗଲେ ସେମାନଙ୍କର ଆଉ ଦେଖା ମିଳେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । କେବଳ ପ୍ରତିଶୃତି ହିଁ ମିଳେ କିନ୍ତୁ ସେମାନଙ୍କର ଯେଉଁ ସମସ୍ୟା ଅଛି ସେଇ ସମାସ୍ୟା । ଏବେ ବି ରହିଛି ବୋଲି ଅଭିଯୋଗ କରିଛନ୍ତି l

Leave a Reply

Your email address will not be published. Required fields are marked *