ନିର୍ବାଚନ ମଇଦାନରେ ବିଜେଡି ବିଜେପି ନେତା ,ପଛରେ କଂଗ୍ରେସ

ଅନୁଗୁଳ:ଶିଳ୍ପନଗରୀ ତାଳଚେର ଗ୍ରାମାଚଂଳରେ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଘୋମାଘୋଟ ହେବାରେ ଲାଗିଛି । ସ୍ଥାନୀୟ କଂଗ୍ରେସ୍ ଦଳୀୟ ପ୍ରାର୍ଥୀମାନଙ୍କର ଭରଷା ଜନତା ଜନାର୍ଦ୍ଦନା ହୋଇଥିବା ବେଳେ ବିଜେପି ଓ ବିଜେଡ଼ି ମୁହାଁମୁହିଁ ଟକ୍କର ଅବସ୍ଥାରେ ଗତି କରୁଥିବା ଜନମତ ସର୍ଭେରୁ ଜଣାପଡ଼ିଛି । ତାଳଚେର ବହୁବିଧ ସମସ୍ୟା ମୁଣ୍ଡ ଟେକିଥିବା ବେଳେ ଭୋଟର କେଉଁଦଳ ପ୍ରାର୍ଥୀକୁ ଚୟନ କରିବେ ଆଉ କାହାକୁ ପ୍ରତ୍ୟାଖାନ କରିବେ ତାହା କେବଳ ସମୟ ହିଁ କହିବ ବୋଲି ରାଜନୈତିଜ୍ଞ ମହଲରେ ଆଲୋଚନାର ବିଷୟ ହୋଇଛି ।
ରାଷ୍ଟ୍ରିୟାତ ସଂସ୍ଥା ଗୁଡ଼ିକ ମୁଣ୍ଡ ଟେକି ଥିବା ତାଳଚେର ଅଂଚଳର ୫ଟି ଜିଲ୍ଳା ପରିଷଦ ଜୋନକୁ ନେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଏହି ଅଂଚଳ ମଧ୍ୟରେ ୫ଟି ଜିଲ୍ଳା ପରିଷଦ ଜୋନ୍ ଅବସ୍ଥିତ । ତେଣୁ ଏହି ଅଂଚଳ ଗୁଡ଼ିକରେ ବୈନନ୍ଦିନ ବହୁବିଧ ସମସ୍ୟା ଦେଖା ଦେଇଥାଏ । ଏଥିସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଯୋଜନା କେଉଁଠି କାର୍ଯ୍ୟକାରୀ ହେଉଥିବା ବେଳେ ଆଉ କେଉଁଠି ବାଟମରଣା ହୋଇଥିବାକୁ ନେଇ ଅଂଚଳବାସୀ ସମସ୍ୟାରେ ଛନ୍ଦି ହୋଇପଡ଼ୁଥିବା ଘଟଣାକୁ ନେଇ ଗଣମାଧ୍ୟମରେ ପ୍ରତିଦିନ ପୃଷ୍ଠା ମଣ୍ଡନ କରିଥାଏ । ଏହାକୁ ଆଧାର କରି ବିଜେପି ଓ ବିଜେଡ଼ି ଏବଂ କଂଗ୍ରେସ୍ ମଧ୍ୟରେ କାଦୁଅ ଫୋପାଡ଼ା କଟାକ୍ଷ ରାଜନୀତି ଆରମ୍ଭ ହୋଇଯାଇଛି । ଏହି ଜିଲ୍ଳା ପରିଷଦ ଜୋନ୍ ଗୁଡ଼ିକ ମଧ୍ୟରେ ୧୮ନମ୍ବର ବିଜେପି ପ୍ରାର୍ଥୀ ହିଂମାଶୁ ଶେଖରର ସାହୁ, ବିଜେଡ଼ି ପ୍ରାର୍ଥୀ ଅମୀୟ ପ୍ରଧାନ, କଂଗ୍ରେସ୍ ପ୍ରାର୍ଥ ଡ଼ାକ୍ତର ମହାନ୍ତି ରହିଥିବା ବେଳେ ୧୯ନମ୍ବର ଜିଲ୍ଳା ପରିଷଦ ଜୋନରେ ବିଜେପି ପ୍ରାର୍ଥୀ ମନୋଜ ପ୍ରଧାନ, ବିଜେଡ଼ି ପ୍ରାର୍ଥୀ ବିଭ୍ରୁପ୍ରସାଦ ପତି, କଂଗ୍ରେସ୍ ପ୍ରାଥୀ ଗରିଜା ଶଙ୍କର ମିଶ୍ର ଓ ସ୍ୱାଧିନ ପ୍ରାର୍ଥାଭାବେ ମଳୟ ପ୍ରଧାନ ପ୍ରାର୍ôଥ ପ୍ରତିଦ୍ୱିନ୍ଦିତା କରୁଛନ୍ତି । ୨୦ନମ୍ବର ଜୋନର ବିଜେପି ପ୍ରାର୍ôଥ ଜସ୍ମିନ ପ୍ରଧାନ, ବିଜେଡ଼ି ପ୍ରାର୍ଥୀନୀ ରୀତାରାଣୀ ଦାସ, କଂଗ୍ରେସ୍ ପ୍ରାର୍ଥୀନୀ ଜିତେଶ୍ୱରୀ ଧରଙ୍କୁ ପ୍ରର୍ଥୀ କରାଯାଇଛି ଓ ସ୍ୱାଧୀନ ଭାବେ ଲିଲି ନାଏକ, ମମତା ଦଳବେହେରା, ନିଲମ ଲାଲ ପ୍ରାର୍ଥୀନୀଭାବେ ଅଂଟା ଭିଡ଼ିଛନ୍ତି । ସେହିଭଳି ୨୧ନମ୍ବର ଜୋନରୁ ବିଜେପି ପ୍ରାର୍ଥୀନୀ ଉର୍ମିଳା ଦେହୁରୀ, ବିଜେଡ଼ି ପ୍ରାର୍ଥୀନୀ ସତ୍ୟଭାମା ସାହୁ, କଂଗ୍ରେସ୍ ପ୍ରାର୍ଥୀନୀ ରାଜଲକ୍ଷ୍ମୀ ପଟ୍ଟନାୟକ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହୋଇଛନ୍ତି । ୯ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ସବ୍ୟସାଚୀ ପାଣି ବିଜେଡ଼ି ପ୍ରାର୍ଥୀ ରଞ୍ଜନ ସାହୁ, କଂଗ୍ରେସ୍ ପ୍ରାର୍ଥୀନୀ ସୁଲୋଚନା ସାହୁ ଓ ସ୍ୱାଧିନ ଭାବେ ବିଜୟ କୁମାର ବେହେରା ପ୍ରାର୍ଥୀଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।


ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ ପାଇଁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଲାଗିପଡ଼ିଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ବିଜୟ ନେଇ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ରାଜନୀତିରେ ଅଭିଜ୍ଞ ଗୋଟିଚାଳନା କରିପାରୁଥିବା ପରଦା ଆଢ଼ୁଆଳରେ କର୍ମୀମାନଙ୍କର ତଥା ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ପ୍ରାର୍ଥୀମାନଙ୍କୁ କଡ଼ା ନଜରରେ ରଖି ବୁଦ୍ଧିମତୀ ମହିଳା ନେଟୱାର୍କ ଚଳାଉଥିବା କୁହାଯାଇଛି । ଅପରପକ୍ଷେ ତାଳଚେର ୯ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ହୋଇଥିବା ଶ୍ରୀ ପାଣିଙ୍କୁ ବିଜୟ କରିବା ନେଇ ବରିଷ୍ଠ ଶ୍ରମିକନେତା ମହେଶ ପାଣି, ସଶାଙ୍କ ପାଣି ଓ ପୂର୍ବତନ ମୁଖ୍ୟ ସଚେତକ ତଥା ବିଜେପି ଦଳର ବରିଷ୍ଠ ନେତା ରବିନାରାୟଣ ପାଣି ପ୍ରମୁଖ ସମଗ୍ର ପାଣି ପରିବାର ଜୋରଜାର ଉଦ୍ୟମ ଅବ୍ୟାହତ ରଖିଥିବା ଜଣାପଡ଼ିଛି । ସେହଭଳି କଂଗ୍ରେସ୍ ଦଳର ବ୍ଲକସଭାପତି ତଥା ବରିଷ୍ଠ ଆଇନ୍‌ଜୀବୀ ଜ୍ଞାନରଞ୍ଜନ ପାଣି ଓ ଜିଲ୍ଳା କୃଷକ ମୋର୍ଚ୍ଚା ସଭାପତି ଦାସରଥି ସାହୁ ୨୦୨୨ ନିର୍ବାଚନ ବୈତରଣୀ ପାର ହେବାପାଇଁ ଜନତା ଜନାର୍ଦ୍ଦନଙ୍କୁ ସାହାରା କରି ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି । ତେବେ କେଉଁ ପାଣି କେଉଁଆଡ଼େ ଯାଉଛି ତାହା ଦେଖିବାକୁ କେବଳ ବାକି ରହିଛି ।

 

 

Leave a Reply

Your email address will not be published. Required fields are marked *