ନେତା ନୁହେଁ ମୁଁ ସେବକ ହେବାକୁ ଚାହେଁ:ତାଳଚେର ବିଧାୟକ

ତାଳଚେର : ଓଡିଶା ରାଜନୀତିରେ ତାଳଚେର ମାଟିର ନେତାଙ୍କର ପ୍ରଭାବ ରହିଥିବା ନଜିର ରହୁଛି ।ଏଠି ସମସ୍ୟା ଅନେକ ।ତାଳଚେର ଏକ ଖଣି ବହୁଳ ଅଂଚଳ ହୋଇଥିବାରୁ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରଜା ।ଏଠି ପ୍ରଜାଙ୍କର ରହିଛି ଅନେକ ସମସ୍ୟା ।ପ୍ରଜାଙ୍କର ସମସ୍ୟା ସମାଧାନ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ।ଲୋକଙ୍କ ସମସ୍ୟା ନେଇ ବୈଠକ ମାଧ୍ୟମରେ ଆଲୋଚନା ହେଉ ଅବା ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରାଯାଇ ସମାଧାନ କରିଥିବା ନଜିର ରହିଛି ।ଲୋକଙ୍କ ସମସ୍ୟା ସମାଧାନ ମୋର ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି ବିଧାୟକ ।ତାଳଚେର ନନ୍ଦିରା କ୍ୟାମ୍ପରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରତେକ ଦିନ ସକାଳେ ଅଭିଯୋଗ ଶୁଣାଣି କରିବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥାନ୍ତି ।ବିଭିନ୍ନ ସମୟରେ ତାଳଚେର ନିର୍ବାଚନମଣ୍ଡଳୀରେ ବିଭିନ୍ନ ଅଂଚଳର ସମସ୍ୟା ସମାଧାନ ପାଇଁ ଗାଁ କୁ ଗାଁ ବୁଲି ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହୋଇଥାନ୍ତି ବ୍ରଜ ।ଲୋକଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରନ୍ତି ବିଧାୟକ ।

Leave a Reply

Your email address will not be published. Required fields are marked *