ପତ୍ନୀ ହନ୍ତା ସ୍ଵାମି

ଫୋକସ ପ୍ଲସ ୩୧/୫/୨୨(ଅନୁଗୁଳ): ସାବିତ୍ରୀ ଅମାବାସ୍ୟା ଭଳି ଦିନରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକେରା ଗାଁରେ ଘଟି ଯାଇଛି । ସୂଚନା ଅନୁସାରେ ବଡକେରା ଗାଁର ବସନ୍ତ ବେହେରା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ ପାଇଁ ରାତିରେ ଗଣ୍ଡଗୋଳ ହୋଇଥିଲା ।  ଏହି ଗଣ୍ଡଗୋଳ ବେଳେ ଉତ୍ତ୍ୟକ୍ତ ହୋଇ ବସନ୍ତ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ଲିପିକୁ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟରେ ଲିପି ସେଇଠାରେ ହିଁ ଟଳି ପଡ଼ିଥିଲେ । ଏହା ପରେ ସ୍ବାମୀ ବସନ୍ତ ନିଜେ ସୋମବାର ବିଳମ୍ବିତ ରାତିରେ ଥାନାକୁ ଯାଇ ଘଟଣା ସମ୍ପର୍କରେ ଜଣାଇବା ସହ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି । ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଉଥିବା ଜଣାପଡିଛି ।

ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ

Leave a Reply

Your email address will not be published. Required fields are marked *