ପାଣିରେ ବୁଡ଼ି ଯୁବକ ମୃତ

ଫୋକସ ପ୍ଲସ 28/5/22(ଉଦଳା): ସରକାରଙ୍କ ମାଳ ମାଳ ଯୋଜନା ଆସୁନାହିଁ ଲୋକଙ୍କ କାର୍ଯ୍ୟରେ ।ଏହା ଦେଖିବାକୁ ମିଳିଛି ଉଦଳା ଏନ୍ ଏ ସି ରେ ନୂତନ ଭାବେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟନ ହୋଇଥିବା ମଡେଲ କ୍ରେମଟରିୟମ ।୪୭ଲକ୍ଷ ୩୨ହଜାର ବିନିମୟରେ ନିର୍ମାଣ ହୋଇଥିବା ଏହି ଶ୍ମଶାନ ଘାଟରେ ଶବ ବ୍ୟବଚ୍ଛେଦ ପାଇଁ କାଠଚୁଲା ହୋଇଥିବା ବେଳେ ଶବଦାହ ପାଇଁ କାଠ ମିଳୁନଥିବାରୁୁ ଆଜି ଉଦଳା ଏନ୍ ଏ ସି ର ୯ ନମ୍ବର ୱାର୍ଡ ର ବାସିନ୍ଦା ଛତିଶ ପାତ୍ର ଙ୍କ ଶବଦାହ ନିଜ ବାଡ଼ିରେ ପରିବାର ଲୋକେ କରିଛନ୍ତି ।ଗତ ୨୩.୦୫.୨୨ତାରିଖ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ ଫିତା କାଟି ଏହି ଶ୍ମଶାନ ଘାଟିକୁ ଉଦଘାଟିତ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ମୁଖ୍ୟତଃ ଶବଦାହ ପାଇଁ ଜାଳେଣି କାଠ ନଥିବାରୁ ଶବଦାହ ହୋଇ ପାରୁନାହିଁ । ଫଳରେ ସ୍ଥାନୀୟ ବାସିନ୍ଦାମାନେ ସରକାର ଓ ତାଙ୍କ ଯୋଜନାକୁ ତାଚ୍ଛଲ୍ୟ କରୁଥିବା ଦେଖିବାକୁ ମିଳିଛି

Leave a Reply

Your email address will not be published. Required fields are marked *