ପୁଣି ଜେଲ ଯାଇପାରନ୍ତି ଲାଲୁ

କିଛିଦିନ ତଳେ ସକ୍ରିୟ ରାଜନୀତିକୁ ଫେରିଥିବା ଲାଲୁ ଏବେ ପୁଣି ଜେଲ ଯିବେ । ଆରଜେଡି ସୁପ୍ରିମୋ ୯୫୦କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ହୋଇ ଜେଲ ଯାଇଥିଲେ । କିନ୍ତୁ ନିକଟରେ ଜେଲରୁ ଆସି ସେ ପୁଣି ସକ୍ରିୟ ରାଜନୀତିକୁ ଫେରିଛନ୍ତି ବୋଲି ନିଜ ବିବୃତ୍ତିରେ କହିଥିଲେ । ହେଲେ ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ପଞ୍ଚମ ମାମଲାରେ ରାଞ୍ଚିର ସ୍ୱତନ୍ତ୍ର ସବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋରନ୍ଦା ଟ୍ରେଜେରୀରୁ ବେଆଇନ ଅର୍ଥ ଉଠାଣ ମାମଲାରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ତେବେ ତାଙ୍କୁ କେଉଁ ଦଣ୍ଡ ମିଳିବ, ସେ ପୁଣି କେତେ ଦିନ ପାଇଁ ଜେଲ ଯିବେ? ତାଙ୍କୁ ବେଲ ମିଳିବ କି ନାହିଁ ସେ ନେଇ କୌଣସି ଶୁଣାଣି ହୋଇନାହିଁ । ଏନେଇ ଆସନ୍ତା ୨୧ ତାରିଖରେ କୋର୍ଟ ଶୁଣାଣି କରିବେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲାଲୁଙ୍କ ସହ ଆଉ ୭୫ଜଣ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାକୁ ମିଶାଇ ପଞ୍ଚମ ମାମଲାରେ ଲାଲୁ ଦୋଷୀ ହୋଇଛନ୍ତି । ଆଗରୁ ଚାରୋଟି ମାମଲାରେ କୋର୍ଟ ତାଙ୍କୁ ପ୍ରାୟ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହା ସହିତ ତାଙ୍କୁ ଏକ କୋଟି ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡ଼ିଥିଲା।ଲାଲୁ ଯାଦବ ବର୍ତ୍ତମାନ ଜାମିନରେ ଅଛନ୍ତି।ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। କୁହାଯାଉଛି ଯେ, ସିବିଆଇ କୋର୍ଟ ଏହାକୁ ଧ୍ୟାନରେ ରଖି ତାଙ୍କୁ ଆଶ୍ୱସ୍ତି ଦେଇପାରେ। ତେବେ ଗତ ମାମଲାକୁ ଯଦି ଦେଖାଯାଏ ତେବେ ସିବିଆଇ କୋର୍ଟ ପକ୍ଷରୁ କିନ୍ତୁ ଲାଲୁଙ୍କୁ ଆଶ୍ୱସ୍ତ ମିଳିନଥିଲା। ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଅନ୍ୟ ମାମଲା ଲାଲୁଙ୍କୁ ପାଞ୍ଚରୁ ସାତ ବର୍ଷ ଯାଏଁ ଦଣ୍ଡାଦେଶ ମିଳିଥିଲା। କିଛି ଦିନ ଜେଲ୍‌ରେ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖାର ହେବା ଯୋଗୁଁ ହାଇକୋର୍ଟରୁ ଲାଲୁଙ୍କୁ ଜାମିନ ମିଳିଥିଲା.. ଡୋରାଣ୍ଡା ଟ୍ରେଜେରୀରୁ ୧୩୯କୋଟି 35 ଲକ୍ଷ ଟଙ୍କା ହେରଫେର ମାମଲାରେ ରାଞ୍ଚିର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବର୍ତ୍ତମାନ କୋର୍ଟ ଏହି ମାମଲାରେ ଏହି ଦଣ୍ଡଦେଶର ଘୋଷଣା କରିନାହାଁନ୍ତି। ଏହି ମାମଲାରେ ଲାଲୁଙ୍କୁ ମିଶାଇ ପ୍ରାୟ ୧୭୦ ଜଣ ଅଭିଯୁକ୍ତ ଥିଲେ। କିନ୍ତୁ ଶୁଣାଣି ସମୟରେ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ୨୦୦୧ରେ ଲାଲୁ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ୨୦୦୫ରେ ଏହି ଚାର୍ଜ ଫ୍ରେମ ପ୍ରସ୍ତୁତ କରାଯାଇଥିଲା।

Leave a Reply

Your email address will not be published. Required fields are marked *