ପୁଣି ରୋମାନ୍ସ କରିବେ ହିଟ୍‌ ଯୋଡ଼ି ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ


ଦୀର୍ଘ ବର୍ଷ ପରେ ଫେରୁଛନ୍ତି ୯୦ ଦଶନ୍ଧିର ଫେରୁଛନ୍ତି ୯୦ ଦଶକର ରୋମାଣ୍ଟିକ୍‌ ଯୋଡ଼ି ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ। ଫିଲ୍ମ ‘ଘୁଡ଼ଚଢ଼ି’ରେ ଦର୍ଶକେ ଏମାନଙ୍କୁ ଦେଖିବାର ସୁଯୋଗ ପାଇବେ। ସଞ୍ଜୟ ଦତ୍ତ ଏହି ପୋଷ୍ଟର କ୍ୟାପସନ୍‌ରେ ଲେଖିଛନ୍ତି- ଏହି ନୂଆ ଆରମ୍ଭ ପାଇଁ ଏନର୍ଜି ଯୋଗାଇଥିବାରୁ ଧନ୍ୟବାଦ ବାଲୁ ମୁନ୍ନାଙ୍ଗୀ। ଆପଣଙ୍କ ଉପସ୍ଥିତି ସବୁବେଳେ ଭଲ ଲାଗେ।..: ବିନୟ ଗାନ୍ଧୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଘୁଡ଼ଚଢ଼ି’ ବ୍ୟତୀତ ସଞ୍ଜୟ ଦତ୍ତ ୟଶଙ୍କ ଅଭିନୀତ ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୨’ରେ ଅଧୀରା ରୂପରେ ବି ନଜର ଆସିବେବଲିଉଡ୍‌ର ସୁପରଷ୍ଟାର ସଞ୍ଜୟ ଦତ୍ତ ନିଜ ଆଗାମୀ ଫିଲ୍ମ ‘ଘୁଡ଼ଚଢ଼ି’ର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ସେ ଏ ନେଇ ସୂଚନା ଦେଇଛନ୍ତି। ସଞ୍ଜୟ ଦତ୍ତ ଟ୍ଵିଟରରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ବଗିଚାରେ ଯୋଗ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି। ଏହି ଟ୍ଵିଟ୍‌ରେ ସଞ୍ଜୟ ଜ୍ୟୋତିଷ ବାଲୁ ମୁନ୍ନାଙ୍ଗୀଙ୍କୁ ଟ୍ୟାଗ୍‌ କରିଛନ୍ତି, ଯାହା ଠାରୁ କରଣ ଜୋହର, ଅଜୟ ଦେବଗନ୍‌ ଓ ନିଜେ ସଞ୍ଜୟ ଦତ୍ତ ବି ପରାମର୍ଶ ନେଇଥାନ୍ତି। । ଘୁଡ଼ଚଢ଼ି’ରେ ସଞ୍ଜୟ ଦତ୍ତଙ୍କ ସହ ରବୀନା ଟଣ୍ଡନ୍‌ ସ୍କ୍ରିନ୍‌ ସେୟାର କରୁଛନ୍ତି। ଫିଲ୍ମରେ ନବେ ଦଶକର ହିଟ୍‌ ଯୋଡ଼ି ସଞ୍ଜୟ ଓ ରବୀନାଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳିବ।ଚଳିତବର୍ଷ ଶେଷ ଆଡ଼କୁ ଏହା ପରଦାକୁ ଆସିପାରେ।ଏହି ଫିଲ୍ମ ଏପ୍ରିଲ ୧୪ ରେ ରିଲିଜ୍‌ ହେବ। ତାଙ୍କ ହାତରେ ଶମଶେର ଓ ତୁଳସୀ ଦାସ ଜୁନିୟର ଭଳି ଫିଲ୍ମ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *