ପୁରୀ ଜିଲ୍ଲାର କନକ ଲତା ଫାଉଣ୍ଡସନର ଉଦଘାଟନ କଲେ ସଞ୍ଜୟ କୁମାର ଦାସବର୍ମା I

ଫୋକସ ପ୍ଲସ31/3(ପୁରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ରେ କନକ ଲତା ଫାଉଣ୍ଡସନ କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଉଦଘାଟନ କରିଛନ୍ତି । ଏହି ଉତ୍ସବରେ କୋ ଫାଉଣ୍ଡସନ ସି ଇଓ ପ୍ରିୟଦର୍ଶିନୀ ମହାପାତ୍ର , ଫାଉଣ୍ଡର ଶୋଭନ ମହାପାତ୍ର , ଆଶୁତୋଷ ମହାପାତ୍ର ଯୋଗଦେଇ ଗ୍ରାମାଞ୍ଚଳରେ ଆଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆମ ଲକ୍ଷ୍ୟ ବୋଲି କହିଥିଲେ । ସେହିଭଳି ଉପାଦକ୍ଷ ଦାସବର୍ମା କହିଥିଲେ ସ୍ୱାସ୍ଥ୍ୟବୀମା କାର୍ଡ ମାଧ୍ୟମ ରେ ଲୋକମାନେ ସେବାପାଇବେ । ଗ୍ରାମାଞ୍ଚଳରେ ଉତମ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ରଖିଥିବା କନକଲତା ଫାଉଣ୍ଡସନ କୁ ଧନ୍ୟବାଦ ଦେବା ସହ ତାର ଉତ୍ତରୋତ୍ତର ଉର୍ଣ୍ଣତି କାମନା କରିଥିଲେ । ଏହି ଫଉଣ୍ଡସନ ମାଧ୍ୟମରେ ରୋଗୀ ମାନଙ୍କୁ ସହର ର ନାମୀ ଚିକିତ୍ସାଳୟ ରେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦିଆଜିବ ବୋଲି ପ୍ରିୟଦର୍ଶିନୀ ମହାପାତ୍ର କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପରିଷଦ ସଭ୍ୟ ଲଷ୍ମୀଧର ସାହୁ , ଯୁବନେତା ବିଜୟ କୁମାର ତରେଇ , ବିଜୁ ଜନତା ଦଳ ସଭାପତି ଅଭୟ ମହାପାତ୍ର, ଉପସଭାପତି ଶାନ୍ତୁନ ମାଝୀ, ସେକ ନବି , ମୁନା ଜେନା ପ୍ରଭୃତି ବହୁ ଶିକ୍ଷାବିତ ଯୋଗ ଦେଇଥିଲେ । ପୂର୍ବତନ ସି ଆର ସି ସି ଶିକ୍ଷ୍ୟବିତ ପ୍ରଦୀପ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ।

କୃଷ୍ଣପ୍ରସାଦରୁ ପବିତ୍ର ମୋହନ ଦାଶଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *