ପୁରୁଣା ଘର ହେଲା କାଳ

ଫୋକସ ପ୍ଲସ 28/5/22(ଖୋର୍ଦ୍ଧା): ପୁରୁଣା ଛାତ ର ଫଲ୍ସ ଖସି ପଡିବାରୁ ମା’-ପୁଅ ଆହତ । ଆହତ ଦୁହିଁଙ୍କୁ ଟାଙ୍ଗୀ ମେଡିକାଲ ରେ ଚିକିତ୍ସା କରାଯାଉଥିବା ବେଳେ ମା ଙ୍କର ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ନାମ ହେଉଛି ମା’ ଛବି ପାଇକରାୟ ଓ ତାଙ୍କର ୭ ବର୍ଷର ପୁଅ ସୋମନାଥ ପାଇକରାୟ ଦୁହେଁ ନିଜ ଘରେ ଚଳପ୍ରଚଳ କରୁଥିବା ବେଳେ ହଠାତ୍ ତାଙ୍କର ନିଜ ଘରର ପୁରୁଣା ଛାତ ର ଫଲ୍ସ ହଠାତ୍ ଖସି ପଡିଲା । ମା’ ଙ୍କର ହାତରେ ଗଭୀର ଆଘାତ ହୋଇଥିବା ବେଳେ ପୁଅ ର ଗୋଡ ରେ ସାମାନ୍ୟ ଆଘାତ ହୋଇଛି । ଆହତ ଙ୍କର ଘର ଟାଙ୍ଗୀ ଥାନା ଝାନ୍ସିପାଟଣା ଗ୍ରାମର ବୋଲି ଜଣାପଡିଛି । ଘରେ ଆଉ ସାତ ଜଣ ସଦସ୍ୟ ଥିଲେ ମଧ୍ୟ ସେମାନେ ଅଳ୍ପକେ ବର୍ତି ଯାଇଥିଲେ ଏଇ ଦୁର୍ଘଟଣା ରୁ | ଖୋର୍ଦ୍ଧା ଟାଙ୍ଗିରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *