ବାଂଲାଦେଶ ଇସ୍କନ ମନ୍ଦିରରେ ୨୦୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ରଚିଲେ ଆତଙ୍କ

 

ବାଂଲାଦେଶରେ ପୁଣି ହେଲା ମନ୍ଦିର ଉପରେ ଆକ୍ରମଣ। ଗତ ଗୁରୁବାର ରାତିରେ ବାଂଲାଦେଶର ରାଜଧାନୀ ଢାକାରେ ଏକ ଇସ୍କନ (ଓଝକଉଙଘ)ମନ୍ଦିର ଉପରେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡ଼ିଛି। ମନ୍ଦିର ଭଙ୍ଗାରୁଜା କରିବା ସହ ଲୁଟପାଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଖବର ରହିଛି।

ସୂଚନାନୁସାରେ, ଗତକାଲି ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଢାକାରେ ଥିବା ରାଧାକାନ୍ତ ଇସ୍କନ (ଓଝକଉଙଘ) ମନ୍ଦିରରେ ୨୦୦ରୁ ଅଧିକ ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ ଲୁଟ ମଧ୍ୟ କରିଥିଲେ। ଏହି ଆକ୍ରମଣରେ ଅନେକ ହିନ୍ଦୁ ଭକ୍ତ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଥାଉକି, ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ କରାଯାଇଥିବା ସୂଚନା ରହିଛି। ଗତ ବର୍ଷ ବାଂଲାଦେଶର ନୋହାଲି ସହରର ଏକ ଓଝକଉଙଘ ମନ୍ଦିରରେ ଆକ୍ରମଣ କରାଯାଇଥିଲା। ଅକ୍ଟୋବର ୧୬ରେ ମଧ୍ୟ ଏକ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଅକ୍ଟୋବର ୧୩ରେ କୁମିଲାର ଏକ ପୂଜାରେ କୋରାନକୁ ଅପମାନିତ କରାଯିବା ଅଭିଯୋଗ ପରେ ବାଂଲାଦେଶରେ ସାମ୍ପ୍ରଦାୟିକ ତିକ୍ତତା ଦେଖାଦେଇଥିଲା। ଏହି ଗୁଜବ ଦେଶର ବିଭିନ୍ନ ଜିଲ୍ଲାରେ ହିଂସା ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *