ବାଇକ୍ ମୁହାଁମୁହିଁ ଜଣେ ମୃତ ।

ଯଶିପୁର ଜାତୀୟ ରାଜପଥ ୨୨୦ ନଂ ମରଣଯନ୍ତା ।ହାଟବାଦଡା ଫାଣ୍ଡି ଅନ୍ତର୍ଗତ ଗୋପାଳପୁର ଛକ ପାଖରେ ଆଜି ୧୦,୩୦ ଟା ପାଖାପାଖି ସମୟରେ ଦୁଇ ବାଇକ୍ ମୁହାଁମୁହିଁରେ ଜଣେ ବାଇକ୍ ଚାଳକର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଜାମଦା ବ୍ଲକର ହେସଁଡା ପଞ୍ଚାୟତର ମାଟିଆଳି ଗ୍ରାମର ମାମୁଁ ଗିରିଶ ପାତ୍ର,ଭଣଜା ଗୁରୁପ୍ରସାଦ ପାତ୍ର ଏବଂ ଅନ୍ୟ ଜଣେ ଆରୋହୀ ଦାମୋଦର ପୂର୍ତ୍ତି ରାଇରଙ୍ଗପୁରରୁ ହାଟବାଦଡା ବାଇକରେ ଯାଉଥିବାବେଳେ ସାମନା ପଟୁ ବାଇକ ର ଆସୁଥିବା ବାଦାମ ପାହାଡ ଅଂଚଳର ଶିକ୍ଷକ ପବିତ୍ର ମୋହନ ମହାନ୍ତ ଘର ଧଳାଡିହି ମୁହାଁମୁହିଁ ହେବା ଫଳରେ ଜଣେ ମୃତ,ଜଣେ ଗୁରୁତର ଏବଂ ଛୋଟଛୁଆର ଗୋଡ ଭାଙ୍ଗି ଯାଇଛି । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଛି ।ଶିକ୍ଷକ ପବିତ୍ର ମୋହନ ମହାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମାମୁଁ ଗିରିଶ ପାତ୍ର ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ।ବାଇକ ଦୁଇଟି ଓଆର ୧୧ ଯେ ୦୬୭୯ ଏବଂ ଓ ଆର ୧୧ ଯେ ୬୨୩୬କୁ ହାଟବାଦଡା ପୋଲିସ ଜବତ କରି ତଦନ୍ତ କରୁଛି ।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ। ଙ୍କ ରିପୋର୍ଟ focus plus ODISHA

 

Leave a Reply

Your email address will not be published. Required fields are marked *