ବିଜେଡି ଦଖଲରେ ତାଳଚେର ପୈାର ପରିଷଦ :୧୮ଟି ୱାର୍ଡ଼ରେ ବିଜେଡି ଓ ୩ଟି ୱାର୍ଡ଼ରେ ବିଜେପି ପ୍ରାର୍ଥୀ ବିଜୟୀ

ତାଳଚେର: ତାଳଚେର ପୈାର ପରିଷଦ ନିର୍ବାଚନ ପାଇଁ ଆଜି ହୋଇଥିବା ଭୋଟ ଗଣତିରେ ବିଜୁ ଜନତା ଦଳର ପ୍ରାର୍ଥିମାନେ ବିପୁଳ ମାତ୍ରାରେ ଜୟଲାଭ କରିବାସହ ନଗରପାଳ ଆସନକୁ ମଧ୍ୟ ବିଜେଡି ଅକ୍ତିଆର କରିଛି । ପ୍ରାପ୍ତ ସୂଚନା ମୁତାବକ, ମୋଟ ୨୧ଟି ୱାର୍ଡ଼ ମଧ୍ୟରୁ ବିଜେଡି ପ୍ରାର୍ଥୀ ୧୮ଟି ରେ ଓ ବିଜେପି ପ୍ରାର୍ଥୀ ୩ଟି ୱାର୍ଡ଼ରେ ରେ କାଉନସିଲର ବିଜୟୀ ହୋଇଛନ୍ତି । ବିଜେଡିର ନଗରପାଳ ପ୍ରାର୍ଥିୀ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରାର୍ଥୀ ଯଯାତୀ ପଟ୍ଟନାୟକଙ୍କୁ ୭୧୭୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ବିଜେଡିର ନଗରପାଳ ପ୍ରାର୍ଥୀ ଶ୍ରୀ ଭୁତିଆ ମୋଟ ୧୨୯୫୧ ଭୋଟ ଓ ବିଜେପି ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ୫୭୮ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଛନ୍ତି । ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ଖାତା ଖୋଲି ପାରିନଥିବା ବେଳେ ଆପ୍ ନଗରପାଳ ପ୍ରାର୍ଥୀ ରଞ୍ଜିତ ମହାପାତ୍ର ୭୭୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଓ କଂଗ୍ରେସର ନଗରପାଳ ପ୍ରାର୍ଥୀ ମାନସ ରଞ୍ଜନ ବାଇ ୭୬୭ ଖଣ୍ଡ ଭୋଟ ପାଇ ଚତୁର୍ଥ ନମ୍ବରରେ ରହିଛନ୍ତି । ସେହିପରି ଓଡ଼ିଶା ଜନତା ପାର୍ଟିର ପ୍ରାର୍ଥୀ ବାଙ୍କନିଧି ମହାରଣା ୩୦୯ ଖଣ୍ଡ,ସ୍ୱାଧୀନ ପ୍ରାର୍ଥୀ ପୀତାମ୍ବର ଦାସ ୧୩୩ ଖଣ୍ଡ,ନାରାୟଣ ମହାରଣା ୧୨୬ ଖଣ୍ଡ ଭୋଟ ପାଇଛନ୍ତି ଓ ନୋଟାରେ ୧୪୨ ଖଣ୍ଡ ଭୋଟ ପଡ଼ିଛି । ବିଜେଡି ପକ୍ଷରୁ ୱାର୍ଡ଼ ନମ୍ବର ୧ରୁ ଆସିଫ୍ ଖାନ,ୱାର୍ଡ଼ ନଂ୨ରୁ ଯଶୋବନ୍ତ ମିଶ୍ର,ୱାର୍ଡ଼ ନଂ୩ରୁ ଲିପିକା ବେହେରା,ୱାର୍ଡ଼ ନଂ୪ରୁ ଜଗନ୍ନାଥ ଗଡ଼ନାୟକ, ୱାର୍ଡ଼ ନଂ୫ରୁ ସଞ୍ଜୀବ ବେହେରା,ୱାର୍ଡ଼ ନଂ୬ରୁ ଜିତେନ୍ଦ୍ର ଭୁତିଆ,ୱାର୍ଡ଼ ନଂ୭ରୁ ଉର୍ମିଳା ବେହେରା,ୱାର୍ଡ଼ ନଂ ୯ରୁ ମମତା ରାଉତ, ୱାର୍ଡ଼ ନଂ ୧୦ରୁ ଅଜିତ କୁମାର ସାହୁ.ୱାର୍ଡ଼ ନଂ ୧୧ରୁ ନିରୁପମା ପଟ୍ଟନାୟକ,ୱାର୍ଡ଼ ନଂ୧୨ରୁ ସଞ୍ଜୀବ କୁମାର ଗଡ଼ନାୟକ,ୱାର୍ଡ଼ ନଂ୧୩ରୁ ରୂପଶ୍ରୀ ସ୍ୱାଇଁ,ୱାର୍ଡ଼ ନଂ୧୪ରୁ ବଲବିନ୍ଦର କୈାର,ୱାର୍ଡ଼ ନଂ ୧୫ରୁ ସବିତା ପାଲ,ୱାର୍ଡ଼ ନଂ ୧୭ରୁ ଅମ୍ବିକା ବେହେରା,ୱାର୍ଡ଼ ନଂ୧୮ରୁ ଲୀନା ସାହୁ,ୱାର୍ଡ଼ ନଂ ୧୯ରୁ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ,ୱାର୍ଡ଼ ନଂ ୨୦ରୁ ଶାନ୍ତନୁ କୁମାର ମିଶ୍ର ନିଜ ନିଜର ନିକଟତମ ବିଜେପି ପ୍ରାର୍ଥୀଙ୍କ ଠାରୁ ବିଜୟୀ ହୋଇଥିବା ବେଳେ ବିଜେପି ପକ୍ଷରୁ ୱାର୍ଡ଼ ନଂ୮ରୁ ସନ୍ତୋଷ ବେହେରା,ୱାର୍ଡ଼ ନଂ ୧୬ରୁ ସ୍ୱାଧୀନ ଥମ୍ବ ଓ ୱାର୍ଡ଼ ନଂ ୨୧ରୁ ଅନିତା ବିଶ୍ୱାଳ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ତାଳଚେର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ବିଶ୍ୱରଞ୍ଜନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଭୋଟ ଗଣତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିପୁଳ ବିଜୟ ପରେ ନବ ନିର୍ବାଚିତ ବିଜେଡି କାଉନସିଲରଙ୍କ ସମର୍ଥକମାନେ ବାଣ ଫୁଟାଇ ଉତ୍ସବ ମନାଇଥିଲେ । ନବ ନିର୍ବାଚିତ ନଗରପାଳ ପବିତ୍ର ଭୁତିଆ ନିଜ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଢେଙ୍କାନାଳ ସାଂସଦ ମହେଶ ସାହୁ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇବା ସହ ଭୋଟରମାନଙ୍କୁ ଓ ସମସ୍ତ ଦଳୀୟ କାର୍ଯ୍ୟକର୍ତୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ତାଳଚେର ସହରର ସର୍ବାଙ୍ଗୀନ ବିକାଶ ଦିଗରେ ସେ କାର୍ଯ୍ୟ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *