ବିପଦରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା

ଫୋକସ ପ୍ଲସ ୨/୬/୨୨(ଅନୁଗୁଳ): ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । ବିପଦ ଜନକ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି ପ୍ରାୟ ୨୮୦ ଜଣ ଛାତ୍ରଛାତ୍ରୀ । ଯେ କୌଣସି ସମୟରେ ଶ୍ରେଣୀ ଗୃହର କାନ୍ଥ ଭୁଶୁଡି ପଡିବା ଏବଂ ଛାତ ଖସି ପଡିବାର ଭୟ ରହିଛି । ତଥାପି ସେଭଳି ପରିସ୍ଥିତିରେ ଚାଲିଛି ପାଠପଢା । ଅଭିଭାବକ ମାନେ ନିଜ ପିଲାଙ୍କୁ ସ୍କୁଲ ଛାଡିବା ପରେ ଆଶଙ୍କାରେ ରହୁଛନ୍ତି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲା ବଲାସିଂହା ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ଏ ସ୍ଥିତି ଗୋଟିଏ କି ଦୁଇଟି ଶ୍ରେଣୀରେ ନୁହେଁ । ବରଂ ବିଦ୍ୟାଳୟର 7 ଟି ଯାକ ଶ୍ରେଣୀ ଗୃହରେ ଏଭଳି ସ୍ଥିତି । ଏହି ସ୍କୁଲଟି ପ୍ରାୟ ୧୯୬୦ ବେଳକୁ ନିର୍ମାଣ ହୋଇଥିଲ। ତେଣୁ ଏବେବି ସେ ଦିନର ପୁରୁଣା ଢାଞ୍ଚାରେ ତିଆରି ହୋଇଥିବା କାନ୍ଥ, ଆଜବେଷ୍ଟ ଛପର ଓ କାଠର ଝରକା କବାଟ ଆଦି ରହିଛି। ୭ଟି ଶ୍ରେଣୀ ଗୃହ ମଧ୍ୟରୁ ଦୁଇଟି ସମ୍ପୂର୍ଣ୍ଣ ଵ୍ୟଵହାର ଅନୁପଯୋଗୀ ହୋଇଥିବା ବେଳେ ୫ଟି ଶ୍ରେଣୀ ଗୃହରେ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି । ଏନେଇ ସ୍କୁଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି ।ଏ ବାବଦରେ ଶିକ୍ଷା ଅଧିକାରୀଙ୍କ କହିବା କଥା ୨୦୧୮ ମସିହାରୁ ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକର ମରାମତି ଏବଂ ନବୀକରଣ ଦାୟିତ୍ବ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ସରପଞ୍ଚ କହିଛନ୍ତି ପଞ୍ଚାୟତରେ ଆବଶ୍ୟକ ଅର୍ଥ ନାହିଁ। ବର୍ତ୍ତମାନ ଶିକ୍ଷାର ବିକାଶ ପାଇଁ ସବୁ ସ୍କୁଲ ଗୁଡିକରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ବଳାସିଂହା ପ୍ରାଥମିକ ସ୍କୁଲ ପ୍ରତି କାହାର ନଜର ପଡୁନାହିଁ କେମିତି ?

Leave a Reply

Your email address will not be published. Required fields are marked *