ବିହାରରେ ଜଳିଗଲା ଟ୍ରେନ୍

ବିହାର ସ୍ଥିତ ମଧୁବାନୀ ରେଳ ଷ୍ଟେସନରେ ଟ୍ରେନରେ ଅଚାନକ ନିଆଁ ଲାଗିବା ଘଟଣା ସମ୍ନାକୁ ଅସିଛି। ଟ୍ରେନଟି ଖାଲି ଥିବା ଜଣାପଡିଛି। ତେବେ ଖାଲି ଟ୍ରେନରେ କିପରି ନିଆଁ ଲାଗିଥିଲା, ତାହା ଜଣାପଡ଼ିନାହିଁ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ। ଷ୍ଟେସନରେ ଥିବା ଅନେକ ଲୋକ ଟ୍ରେନ୍ ନିଆଁକୁ ଲିଭାଉଥିବା ଦେଖାଯାଇଛି ।ବର୍ତମାନ ସୁଦ୍ଧା ଘଟଣା ସ୍ଥଳରେ କୌଣସି ଦମକଳ ବାହିନୀ ପହଞ୍ଚିନଥିବା ଜଣାପଡ଼ିଛି। ଷ୍ଟେସନରେ ଠିଆ ହୋଇଥିବା ଟ୍ରେନ୍ ହଠାତ୍ କେଉଁ କାରଣ ପାଇଁ ଜୋରରେ ଜଳିବାକୁ ଲାଗିଲା ତାହା କେହି ଜାଣିନାହାନ୍ତି। ତେବେ ଟ୍ରେନଟି ଖାଲି ଥିବାରୁ ଏଥିରେ କୌଣସି ବ୍ୟକ୍ତିଙ୍କର କିଛି ଅସୁବିଧା ହୋଇନଥିବା ଜଣାପଡ଼ିଛି। ଆଖ ପାଖର ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଛି।ସକାଳ ୯:୫୦ ରେ ଟ୍ରେନ ରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁ ଲାଗିଥିବା ଟ୍ରେନ୍ ସ୍ୱତନ୍ତ୍ରତା ସେନାନି ଏକ୍ସପ୍ରେସ ଜୟନଗରରୁ ନୂଆ ଦିଲ୍ଲୀ ।

Leave a Reply

Your email address will not be published. Required fields are marked *