ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନର ସାମରିକ ବେସ I

ପାକିସ୍ତାନର ସିଆଲକୋଟରେ ଭୟଙ୍କର ବିସ୍ଫୋରଣ ହୋଇଥବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମୁତାବକ ଉତ୍ତର ପାକିସ୍ତାନର ସିଆଲକୋଟରେ ଥିବା ସାମରିକ ବେସରେ ଏହି ବିସ୍ଫୋରଣ ଘଟିଛି। ପଞ୍ଜାବ ପ୍ରଦେଶର କ୍ୟାଣ୍ଟନମେଣ୍ଟ ଅଞ୍ଚଳ ନିକଟରେ ଏକାଧିକ ବିସ୍ଫୋରଣର ଶବ୍ଦ ହୋଇଥିବା ପ୍ରଥମେ ଶୁଣିବାକୁ ମିଳିଥିଲା ।

ବିସ୍ଫୋରଣ ପରେ ସାମରିକ ବେସରେ ନିଆଁ ଲାଗିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଏକାଧିକ ଥର ବିସ୍ଫୋରଣ ହେବା ସହ ସାମରିକ ବେସରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ତେବେ କାରଣରୁ ବିସ୍ଫୋରଣ ଘଟିଲା ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏହି ଘଟଣା ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *