ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

 02/02/2022: (ହିନ୍ଦୋଳ) – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବିଳମ୍ବିତ ରାତିରେ ଚିଲତୈଲା ଗାଁର ମଙ୍ଗଳାସାହିରେ ନିଆଁ ଲାଗିଥିଲା । ଯାହାର ଖବର ପାଇ ରାସୋଳରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ନିଆଁର ଦାଉରେ ଦୁଇଟି ପରିବାରର ସମସ୍ତ ଆସବାପତ୍ର, ଚାଉଳ ଓ ରବି ଫସଲ ଆଦି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁରେ କୌଣସି ଲୋକଙ୍କର କିଛି କ୍ଷତି ହୋଇନାହିଁ । ସେପଟେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ମାନସ ରଞ୍ଜନ ମହାରଣା ତାଙ୍କ ସାଥୀଙ୍କୁ ନେଇ ଏହି ଅଗ୍ନି ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ସହ ରୋଷେଇ ସାମଗ୍ରୀ ଆଦି ପ୍ରଦାନ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *