ମଦୁଆ ବାପର ଉନ୍ମତକାଣ୍ଡ।

ଫୋକସ ପ୍ଲସ 8/5/22 (ବାଲେଶ୍ୱର):  ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସି ପହଞ୍ଚିଛି; ସିମୁଳିଆ ର ଜଣେ ମଦୁଆ ବାପା ତାର ୫ବର୍ଷ ଝିଅକୁ ବାଡିରେ ପିଟି ପିଟି ଲହୁଲୁହାଣ କରିଦେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାଟିଆପଡ଼ା ଗ୍ରାମର କମଳାକାନ୍ତ ବାରିକ ସଂଧ୍ୟା ବେଳେ ସାନ ଝିଅଟି ନାକରେ କାଠିଟିଏ ଭର୍ତ୍ତି କରିଦେବାରୁ ବଡ଼ ଝିଅକୁ ବାପା କମଳାକାନ୍ତ ଏକ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଯାହା ଫଳରେ ବଡ଼ ଝିଅ ସଞ୍ଜୁ ବାରିକ(୫) ନାକରୁ ରକ୍ତ ବାହାରିବା, ଓଠ ଫୁଲି ଯିବା ଓ ରକ୍ତ ବାନ୍ତି କରୁଥିବା ଜଣାପଡିଛି। ଝିଅଟିକୁ ଗ୍ରାମବାସୀ ମାନେ ଉଦ୍ଧାର କରି ପ୍ରଥମେ ସିମୁଳିଆ ମେଡ଼ିକାଲକୁ ଆଣି ଚିକିତ୍ସା କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଭଦ୍ରକ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଗ୍ରାମବାସୀ ମାନେ ଏ ସମ୍ପର୍କରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଜଣାପଡିଛି।

ସିମୁଳିଆ ରୁ ସୁଶାନ୍ତ ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ I

Leave a Reply

Your email address will not be published. Required fields are marked *