ମନ୍ଦିର ନିର୍ମାଣକୁ ନେଇ ବିବାଦୀୟ ମନ୍ତବ୍ୟ I

ଗତ ପଂଚାୟତ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀଙ୍କ ପାଖେ ପାଖେ ବୁଲି ଜୈନିକ ବ୍ୟକ୍ତିଙ୍କ ମନ୍ଦିର ଓ ପୂର୍ବତନ ସରପଞ୍ଚଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେବା ଘଟଣାକୁ ନେଇ ଉତ୍ତେଜନା। ଘଟଣାଟି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ସୋମପୁର ପଞ୍ଚାୟତ ହଂସୁଆ ନଦୀତଟରେ ଥିବା ପ୍ରସିଦ୍ଧ ବିଲ ଗ୍ରାମେଶ୍ୱରଙ୍କ ମନ୍ଦିର ନବୀକରଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ପଞ୍ଚାୟତର ଜଣେ ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ପ୍ରଚାର ସମୟରେ ମନ୍ତ୍ରୀଙ୍କ ପାଖେ ପାଖେ ବୁଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ବିଲ ଗ୍ରାମେଶ୍ୱର ମନ୍ଦିର ନିର୍ମାଣ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଗଣମାଧ୍ୟମରେ ଦେଇଥିଲେ। ବିବାଦୀୟ ମନ୍ତବ୍ୟକୁ ନେଇ ସୋମପୁର ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି।ସୋମପୁର ପଞ୍ଚାୟତର ଜହରପାଟଣା,ଢିଅ ସୋମପୁର, ସୋମପୁର,ଓରାଳି,ଅପଣ୍ଡରା,ହରିପା,ମଲ୍ଲିକଣ ଆଦି ପଂଚାୟତବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଲ ଗ୍ରାମେଶ୍ୱରଙ୍କ ମନ୍ଦିର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ଥିବା ବେଳେ ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକୂଳ ପ୍ରଭାବ ପଡିଛି। ଯାହାକି ବଡଧରଣର ଗଣ୍ଡଗୋଳର ଆଶଙ୍କା ସୃଷ୍ଟି ହୋଇଛି।ପଞ୍ଚାୟତ ନିର୍ବାଚନ ସମୟରେ ମନ୍ତ୍ରୀଙ୍କ ଭୋଟ ପ୍ରଚାର କରୁଥିବା ବେଳେ ଏପରି ବିବାଦୀୟ ମନ୍ତବ୍ୟକୁ ନେଇ ଆରୋପ ପ୍ରତ୍ୟାରୋପ ଚରମସୀମାରେ ପହଞ୍ଚିଛି।ବିବାଦୀୟ ମନ୍ତବ୍ୟକୁ ପଞ୍ଚାୟତରେ ପ୍ରତିବାଦର ସ୍ବର ଧୀରେଧୀରେ ବଢିବାରେ ଲାଗିଛି।ବିଭିନ୍ନ ଗ୍ରାମରେ ମେଳି ସାଙ୍ଗକୁ ବିଲ ଗ୍ରାମେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଯୁବକ ମାନେ ଏକାଠି ଘଟଣାକୁ ନିନ୍ଦା କରିବା ସହ ବିବାଦୀୟ ବ୍ୟକ୍ତି ତୁରନ୍ତ କ୍ଷମା ମାଗନ୍ତୁ।ଘଟଣାରେ ବାଲିକୁଦା- ଏରସମା ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପାଖ ଲୋକ କହି ମନ୍ତ୍ରୀଙ୍କୁ ବିବାଦ ଭିତରକୁ ଟାଣିବା ଓ ଏହି ଘଟଣାରେ ମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।ମନ୍ଦିର ଭଳି ପବିତ୍ର ପୀଠକୁ ରାଜନୈତିକ ଅଭିସନ୍ଧିରେ ପୁରାଇବା ଘଟଣାକୁ ନିନ୍ଦା କରାଯାଉଥିବା ବେଳେ ଘଟଣା ଉଗ୍ରରୂପ ନେବା ପୂର୍ବରୁ ଏହାର ସମାଧାନ ହେବା ଜରୁରୀ।

 

 

Leave a Reply

Your email address will not be published. Required fields are marked *