ପାଟନା ଜିଲ୍ଲାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ପୁଅ ସନ୍ତୋଷ ମିଶ୍ର । ପିଲାବେଳୁ ସେ ବେଶ୍ ମେଧାବୀ ଥିଲେ । ବିହାର ସ୍କୁଲରୁ ଦଶମ ଏବଂ ଦ୍ୱାଦଶ ପାସ କରିବା ପରେ ସେ ପୁଣେ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ
ଜନ୍ମଭୂମି ପ୍ରତି ନୀବିଡ଼ ମମତା ହିଁ ଅସଲି ଦେଶପ୍ରେମ । ଦେଶର ଓ ଦେଶର ଉନ୍ନତି ଆଗରେ ଧନସମ୍ପତିର ମୋହର ବା ମୂଲ୍ୟ କେତେ ? ଏମିତି ଜଣେ ମହାନ୍ ମଣିଷ ହେଲେ ଆଇପିଏସ୍ ଅଧିକାରୀ ସନ୍ତୋଷ ମିଶ୍ର । ବିଦେଶୀ ମିଳିଥିବା ୫୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ଛାଡି ସେ ପୋଲିସ୍ ସେବାରେ ଯୋଗ ଦେଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ରେସଲର ବଜରଙ୍ଗ ପୁନିଆ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ଆଇପିଏସ୍ ଅଧିକାରୀଙ୍କ ଫଟୋ ସେୟାର କରିଛନ୍ତି । ଏହା ସହିତ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ।
ବଜରଙ୍ଗ ପୁନିଆ ତାଙ୍କ ପୋଷ୍ଟରେ ଆଇପିଏସ୍ ଅଧିକାରୀଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଆଇପିଏସ୍ ଅଧିକାରୀ ଜଣକ ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳୁଛି । ଅଫିସ୍ କାମ ସାରିବା ପରେ ଅବଶିଷ୍ଟ ସମୟରେ ଆଇପିଏସ୍ ସନ୍ତୋଷ ମିଶ୍ର ଗରିବ, ଅସହାୟ ଏବଂ ଆର୍ଥିକ ଦୁର୍ବଳ ପିଲାମାନଙ୍କୁ ଶିକ୍ଷାଦାନ କରି ସମୟ ଅତିବାହିତ କରନ୍ତି ।