ମୁକେଶ ଅମ୍ବାନୀ କିଣିବେ ୭୪ ବିଲିୟନ ଡଲାର ମୂଲ୍ୟର ରୋବଟ

..ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରୋବୋଟିକ୍ସ ଷ୍ଟାର୍ଟଅପ୍ ଆଡଭରବ ଟେକ୍ନୋଲୋଜିରେ ୫୪ ପ୍ରତିଶତ ଅଂଶଧନ ହାସଲ କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ରିଟେଲ ୟୁନିଟ୍ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ମାଧ୍ୟମରେ ଏହି ଡିଲ୍ କରାଯାଇଥିଲା । ରିଲାଏନ୍ସ ରିଟେଲ ୧୩୨ ମିଲିୟନ ଡ଼ଲାର ଅର୍ଥାତ୍ ପ୍ରାୟ ୯୮୫କୋଟି ଟଙ୍କା ପାଇଁ ଏହି କାରବାର କରିଥିଲା । ଖବର ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ଏହି ରୋବଟ୍ ମାଧ୍ୟମରେ 5G ସମ୍ବନ୍ଧୀୟ ପରୀକ୍ଷଣ କରିବ ।ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନିକଟରେ ଆଡଭର୍ବ ଟେକ୍ନୋଲୋଜିକୁ ୧ ବିଲିୟନ ଡଲାରର ଅର୍ଡର ଦେଇଛି । ଏହି ଅର୍ଡର ଗୁଡିକ ୫G ଟେକ୍ନୋଲୋଜି ସହିତ ସଜ୍ଜିତ ରୋବଟଗୁଡିକ ପାଇଁ । ରିଲାଏନ୍ସ ଜାମନଗର ରିଫାଇନାରୀରେ ବ୍ୟବହାର କରିବାକୁ ଯୋଜନା କରିଛି ।ଜାମନଗର ରିଫାଇନାରୀରେ ଆଡଭରବ୍ର ଡାଇନାମୋ ୨୦୦ ରୋବଟ୍ ଗୁଡିକ ସଂସ୍ଥାପିତ ହୋଇସାରିଛି । ଏହି ସମସ୍ତ ରୋବଟଗୁଡିକ 5G ଦ୍ୱାରା ସଂଯୁକ୍ତ ଏବଂ ସେଗୁଡିକ ଅହମ୍ମଦାବାଦରେ ଅବସ୍ଥିତ ରିମୋଟ ସର୍ଭରରୁ ନିୟନ୍ତ୍ରିତ । ଏଥିସହ, ୧ ଟନ୍ ପେଲୋଡ୍ କ୍ଷମତା ବିଶିଷ୍ଟ ଡାଇନାମୋ ରୋବଟଗୁଡିକ ବ୍ୟାଗିଂ ଲାଇନ ପାଇଁ ବ୍ୟବହାର କରାଯାଇପାରିବ ।ଏଥିପାଇଁ ଆଡଭରବ୍ର ଫ୍ଲିଟ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ଲେଜିଅନ୍ ବ୍ୟବହୃତ ହୁଏ ।

Leave a Reply

Your email address will not be published. Required fields are marked *