ମେଡ଼ିକାଲ କ୍ୟାମ୍ପସର ଗଛ ତଳେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରସୂତି ମା।

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ,ଡାକ୍ତର ଓ ଷ୍ଟାଫଙ୍କ ଅସହଯୋଗ ପାଇଁ ମେଡ଼ିକାଲ କ୍ୟାମ୍ପସର ଗଛ ତଳେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରସୂତି ମା।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଡାକ୍ତର ଓ ଷ୍ଟାଫଙ୍କ ଅସହଯୋଗ ପାଇଁ ଜଣେ ପ୍ରସୂତି ମା ଗଛ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ମେଡ଼ିକାଲ କ୍ୟାମ୍ପସ ଭିତରେ ଥିବା ଏକ ଗଛ ତଳେ ଜଣେ ପ୍ରସୂତି ମା ଶିଶୁପୁତ୍ରକୁ ଜନ୍ମ ଦେଉଥିବାର ସବୁଠାରୁ ବଡ଼ ଦୁଃଖଦ ଘଟଣା । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବାରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହା ଏକ ବିକଳ ଚିତ୍ର ସ୍ୱାସ୍ଥ୍ୟ ସେବାର ନଗ୍ନତାକୁ ସାମ୍ନାକୁ ଆଣୁଛି । ସୂଚନା ଅନୁଯାୟୀ, ବିରାଶାଳ ପଞ୍ଚାୟତ ଅନ୍ତର୍ଗତ ରହଣି ଗାଁର ସନ୍ତୋଷ ନାୟକଙ୍କ ସ୍ତ୍ରୀ ଦେବକୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଆଶାଦିଦିଙ୍କ ସହାୟତାରେ ତାଙ୍କୁ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ନିଆ ଯାଇଥିଲା । ମାତ୍ର ସେହି ଡାକ୍ତରଖାନାରେ ତାଲା ଝୁଲିବା ସହ କୌଣସି ଡାକ୍ତର କିମ୍ବା ଷ୍ଟାଫଙ୍କର ଦେଖା ମିଳିନଥିଲା । ପ୍ରସୂତିଙ୍କ ସ୍ୱାମୀ ଏବଂ ଆଶାଦିଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ଷ୍ଟାଫଙ୍କୁ ଡାକିଥିଲେ ହେଲେ କର୍ଣ୍ଣ ପାତ କରିନଥିଲେ କୌଣସି ଅଧିକାରୀ । ଅସହ୍ୟ ଗର୍ଭ ଯନ୍ତ୍ରଣା ହେବାରୁ ପ୍ରସୂତି ମା ଜଣଙ୍କ ଗଛ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ବିକଳ ଚିତ୍ର ବିଭାଗର ପାରିବା ପଣିଆକୁ ଜାହିର କରୁଛି । ଏ ନେଇ ଆମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ ଦାସଙ୍କୁ ଫୋନ ଯୋଗେ ଜଣାଇଥିଲୁ, କିନ୍ତୁ ସେ କହିଛନ୍ତି ଯେ ଯେଉଁ ମାନେ ସେମାନଙ୍କ ଡ୍ୟୁଟିରେ ଖିଲାପ କିମ୍ବା ଅବହେଳା କରିଛନ୍ତି ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ।

କଙ୍କଡ଼ାହାଡ଼ ରୁ ପ୍ରବୀଣ ନାଏକ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *