ଯୋଗାଣ ସହୟକାକୁ ଘଣ୍ଟ ଘୋଳାଉଛନ୍ତି ସରକାରୀ ବାବୁ ।

ଖବର ପ୍ରସାରଣ ପରେ ମିଳିଲା ରାସନ ସାମଗ୍ରୀ କିନ୍ତୁ ଘଣ୍ଟ ଘୋଳାଉଛନ୍ତି ସରକାରୀ ବାବୁ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତ ହଂସରାଡ଼ି, ବଡ଼ଢ଼ିହ ଓ ରାଧାମୋହନ ପୁର ଗ୍ରାମ ପଲି ଅଞ୍ଚଳରେ ଯୋଗାଣ ସହାୟକା ରଞ୍ଜିତା ସାହୁ ଚାଉଳ ଓ କିରାସିନି ଦେବା ନାମରେ ଉଠାଇଥିଲେ ଟଙ୍କା ଦେଇ ନଥିଲେ ଚାଉଳ ଓ କିରାସିନୀ । କିନ୍ତୁ ପ୍ରଥମେ ଫୋକସ୍ ପ୍ଲସ୍ ରେ ହୋଇଥିଲା ଖବର ପ୍ରସାରଣ ,ଖବର ପ୍ରସାରଣ ପରେ ଯୋଗାଣ ସହାୟକା ରଞ୍ଜିତା ସାହୁ ନେଇ ରାସନକାର୍ଡ ପ୍ରକୁତ ହିତାଧାରୀଙ୍କୁ ବାଣ୍ଟିଲେ ଚାଉଳ ଓ କିରାସିନି । କିନ୍ତୁ ସରକାରୀ ବାବୁ ଏହାର କୌଣସି ପଦକ୍ଷେପ ନେବା ବଦଳରେ ଘଣ୍ଟ ଘୋଳାଇ କାହିଁକି ରଖିଲେ । କେବେ ନିଆଯିବ ସୋରଣ ପଞ୍ଚାୟତ ଯୋଗାଣ ସହାୟକା ରଞ୍ଜିତା ସାହୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ।

ଏହି ଯୋଗାଣ ସହାୟକ ଙ୍କ ନାମରେ ବିଗତ ଦିନରେ ଏହିଭଳି କଳା କାରନାମା କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । କିନ୍ତୁ ଯୋଗାଣ ସହାୟକା ରଞ୍ଜିତା ସାହୁ ବଦଳିବା ଜାଗାରେ ପୁଣି ଥରେ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇଲେ । ବାରମ୍ବାର ଏହିଭଳି କରୁଥିବା ଯୋଗାଣ ସହାୟକା ରଞ୍ଜିତା ସାହୁଙ୍କ କାରନାମା କୁନେଇ ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ଅଫିସର ଙ୍କ ହାତ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଦେଖିବାର ବାକି ରହିଲା ଉପର ଅଧିକାରୀ ମାନେ ଏହି ବଡ଼ ଘୋଟାଲା କୁନେଇ କେବେ କେଉଁ ଦିନ କେତେବେଳେ ପଦକ୍ଷେପ ନେଉଛନ୍ତି ଯୋଗାଣ ସହାୟକା ରଞ୍ଜିତା ସାହୁଙ୍କ ଉପରେ ନିଆଯିବ ।

Leave a Reply

Your email address will not be published. Required fields are marked *